ନାଇଟ୍ ରାଇଡର୍ସକୁ ୮ ୱିକେଟରେ ହରାଇଲା ପଞ୍ଜାବ କିଙ୍ଗସ

କୋଲକାତାର ଇଡେନ୍ ଗା‌ର୍ଡେନ୍ସରେ ଅନୁଷ୍ଠିତ କୋଲ୍‌କାତା ନାଇଟ୍ ରାଇଡର୍ସ ବିପକ୍ଷ ଆଇପିଏଲ୍‌ ମୁକାବିଲାରେ ପଞ୍ଜାବ କିଙ୍ଗ୍ସ ୨୬୨ ରନ୍ ବିଜୟ ଲକ୍ଷ୍ୟକୁ ପଶ୍ଚାତ୍‌ଧାବନ କରି ଜିତି ନୂଆ କୀର୍ତ୍ତିମାନ କରିଛି।ମାତ୍ର ୧୮ ଦଶମିକ ୨ ଓଭରରେ ଏହି ଲକ୍ଷ୍ୟକୁ ହାସଲ କରିନେଇଛି ପଞ୍ଜାବ କିଙ୍ଗସ । କିଛି ଏଭଳି ରନ୍ ବର୍ଷା ଦେଖିବାକୁ ମିଳିଛି ଇଡେନ୍ ଗାର୍ଡେନରେ। ଆଇପିଏଲର ୪୨ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ୍ ରାଇଡର୍ସ ଓ ପଞ୍ଜାବ କିଙ୍ଗସ ।

ଏହି ମ୍ୟାଚରେ ଅନେକ ଗୁଡ଼ିଏ ରେକର୍ଡ ଧ୍ୱସ୍ତ ହୋଇଯାଇଛି । ଟି-୨୦ ଇତିହାସରେ ଏହା ସର୍ବବୃହତ ରନ୍ ଚେଜ୍ ଭାବରେ ପ୍ରଥମ ରେକର୍ଡ କରିଛି । ଏହି ମ୍ୟାଚରେ ଉଭୟ ଇନିଂସରୁ ମୋଟ ୫୨୩ ରନ୍ କରିଛନ୍ତି ବ୍ୟାଟର । ଟି୨୦ କ୍ରିକେଟ ଇତିହାସରେ ଏହା କୌଣସି ବି ମ୍ୟାଚରେ ସର୍ବାଧିକ ରନ୍ ଭାବେ ରେକର୍ଡ ହୋଇଛି । ଏହାବ୍ୟତୀତ ମ୍ୟାଚରେ ଟି-୨୦ ଫର୍ମାଟର ଯେ କୌଣସି ମ୍ୟାଚରେ ସର୍ବାଧିକ ଛକା ମାରିବା ତାଲିକାରେ ମଧ୍ୟ ଏକ ବିଶାଳ ରେକର୍ଡ ସୃଷ୍ଟ ହୋଇଛି । ଏହି ମ୍ୟାଚରେ ଉଭୟ ଦଳର ବ୍ୟାଟର ମୋଟ ୪୨ଟି ଛକା ମାରିଥିବା ବେଳେ ଐତିହାସିକ ରେକର୍ଡ କରିଛନ୍ତି ।