ବଦଳିଲା ନୟନତାରାଙ୍କ ୱେଡିଂ ଭେନ୍ୟୁ

latest entertainment news..Nayantara’s wedding venue has changed

ମୁମ୍ବାଇ : ସାଉଥ ଅଭିନେତ୍ରୀ ନୟନତାରା ତାଙ୍କ ପ୍ରେମିକା ବିଗ୍ନେଶ ଶିବନ ବିବାହକୁ ନେଇ ଚର୍ଚ୍ଚାରେ । ଆସନ୍ତା ମାସ ଜୁନ ୯ରେ ବିବାହ କରିବାକୁ ଯାଉଛନ୍ତି । ହେଲେ ଏ ବିଷୟରେ ଦୁହିଁଙ୍କ ତରଫରୁ କୌଣସି ଅଫିସିଆଲି ସୂଚନା ମିଳି ନାହିଁ ।

ଦୀର୍ଘଦିନ ଧରି ନୟନତାରା ଫିଲ୍ମ ନିର୍ମାତା ବିଗ୍‌ନେଶ ଶିବନଙ୍କୁ ଡେଟ ରୁଥିଲେ । ଦୁହେଁ ସାଙ୍ଗରେ ମଧ୍ୟ ରହୁଥିଲେ । ଏବେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

କୁହାଯାଉଥିଲା କି, ଦୁହେଁ ତିରୁମାଲାର ତିରୁପତି ମନ୍ଦିରରେ ବିବାହ କରିବେ । ଏବେ କିନ୍ତୁ ସେମାନେ ୱେଡିଂ ଭେନ୍ୟୁ ବଦଳାଇଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ତାମିଲନାଡୁର ମହାବାଲିପୁରମର ଏକ ରିସୋର୍ଟରେ ନୟନତାରା ଏବଂ ବିଗ୍ନେଶ ରୀତିନୀତି ଅନୁସାରେ ବିବାହ କରିବେ ।