ନର୍ଗିସଙ୍କ ନୁଆ ଅବତାର: ପ୍ୟାନ୍ସ ଦେଖି ପାଗଳ

Nargis’ New Avatar: Crazy to See Pants

ମୁମ୍ବାଇ : ବଲିଉଡ ବୋଲ୍ଡ ଅଭିନେତ୍ରୀ ନର୍ଗିସ ଫକରୀ ନିଜ ଫିଟନେସ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ନର୍ଗିସ ଇଣ୍ଡଷ୍ଟ୍ରି ଠାରୁ ବହୁତ ଦୂରରେ ଅଛନ୍ତି । ତଥାପି ତାଙ୍କ ସ୍ଲିମ ଟ୍ରିମ ଫିଗର ପାଇଁ ଅନେକ ଦିୱାନା ଅଛନ୍ତି । ହେଲେ ଏବେ ତାଙ୍କର ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ଭାଇରାଲ ହେବାରେ ଲାଗିଛି ।

ନର୍ଗିସ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଭିଡିଓ ସେୟାର କରୁଥାନ୍ତି । ନିକଟରେ ସେ ସାଇକେଲ ଚଳାଇବା ସମୟର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ସାଇକେଲରୁ ଗଳି ପଡିଛନ୍ତି । ସେ ତାଙ୍କ ଦୁର୍ଘଟଣାର ଭିଡିଓଟିକୁ ତାଙ୍କ ପ୍ୟାନ୍ସ ମାନଙ୍କ ପାଇଁ ସେୟାର କରିଛନ୍ତି । ସେ ତାଙ୍କ ସାଙ୍ଗ ସହିତ ସାଇକେଲ ଚଲାଉଥିବାବେଳେ ତଳେ ଗଳି ପଡିଛନ୍ତି ।

ଏମିତି ଆଉ ଏକ ଫଟୋ ଅଛି ଯେଉଁଥିରେ ତଳେ ବସି ହସୁଥିବାର ନଜର ଆସୁଛନ୍ତି । କହିବାକୁ ଗଲେ ନର୍ଗିସ୍‌ ନିକଟରେ କାନ୍ସ ଫିଲ୍ମ ଫେଷ୍ଟିଭାଲରୁ ଫେରିଛନ୍ତି । ଏହି ସମୟରେ ସେ ସେଠାକାର କିଛି ଅନୁଭତି ସେୟାର କରିଥିଲେ । ସେ କହିଥିଲେ କି ବହୁତ ଥର ରାମ୍ପରେ ଚାଲିଛନ୍ତି, ହେଲେ କାନ୍ସ ରେଡ କାର୍ପେଟରେ ଚାଲିବା ସମୟରେ ଡରି ଯାଇଥିଲେ ।