ବିଜେପକୁ ରାଷ୍ଟ୍ରପତି ନିର୍ବାଚନ ଚିନ୍ତା

Political news BJP Concerns about presidential elections..

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କର ଚିନ୍ତା ବୃଦ୍ଧି କରିଛି । ଏଠାରେ ପାର୍ଟି ମଧ୍ୟରେ ସବୁକିଛି ଠିକ ଠାକ ନାହିଁ ବୋଲି ଅନୁମାନ କରାଯାଉଛି । କିଛିଦିନ ତଳେ ପାର୍ଟିର ଦିଗ୍‌ଗଜ ନେତା ତଥା ସାଂସଦ ଅର୍ଜୁନ ସିଂହ ପାର୍ଟି ଛାଡ଼ି ଦେଇଥିଲେ । ଆହୁରି ମଧ୍ୟ କେନ୍ଦ୍ରୀୟ ନେତୃତ୍ୱଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ବିଧାୟକଙ୍କର କ୍ରସ ଭୋଟିଂର ଭୟ ରହିଛି ।

ସୂଚନା ଅନୁସାରେ ପାର୍ଟିର ଅନେକ ବିଧାୟକ ରାଷ୍ଟ୍ରପତି ନିର୍ବାଚନରେ ମମତା ବାନାର୍ଜୀଙ୍କ ସମର୍ଥନ ବିଶିଷ୍ଟ ପ୍ରାର୍ଥିକୁ ଭୋଟ କରିପାରନ୍ତି ବୋଲି ବିଜେପି ଆଶଙ୍କା କରୁଛି । ପଶ୍ଚିମବଙ୍ଗରେ ପ୍ରାୟ ୧୧ ମାସରେ ୭ ଜଣ ବିଧାୟକ ବିଜେପି ଛାଡ଼ି ଟିଏମ୍‌ସିରେ ମିଶିଛନ୍ତ । ଆଗାମି ଦିନରେ ଅନେକ ନେତା ବିଜେପି ଛାଡ଼ି କଂଗ୍ରେସରେ ମିଶିବେ ବୋଲି ସୂଚନା ମିଳିଛି । ପଶ୍ଚିମବଙ୍ଗ ବିଜେପିର ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ମଧ୍ୟ ଲଗାତାର ହାଇକମାଣ୍ଡଙ୍କ ବିରୁଦ୍ଧରେ ସ୍ୱର ଉଠାଉଛନ୍ତି ।

ସେ ଏକ ସାକ୍ଷାତକାରରେ ପାର୍ଟି ହାଇକମାଣ୍ଡକୁ ଉପଦେଶ ଦେଇ କହିଛନ୍ତି ଯେ ପଶ୍ଚିମବଙ୍ଗ ପରିବର୍ତ୍ତେ ଯଦି ଦିଲ୍ଲୀରୁ ପାର୍ଟି ପରିଚାଳିତ ହୁଏ ତେବେ ବରବାଦ ସୁନିଶ୍ଚିତ । ସେ କହିଛନ୍ତି ଯେ କଂଗ୍ରେସ ଯେବେ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରୁ ଚାଲୁଥିଲା ସେବେ ପର୍ଯ୍ୟନ୍ତ ବଞ୍ଚିଥିଲା । କିନ୍ତୁ ଯେମିତି ଦିଲ୍ଲୀରୁ ପରିଚାଳିତ ହେଲା ସେହିପରି ଭାବରେ ବରବାଦ ହୋଇଗଲା । ପଶ୍ଚିମବଙ୍ଗ ବିଜେପିରେ ଚାଲିଥିବା ଟଣା ଓଟରାକୁ ସମାପ୍ତ କରିବା ଲାଗି ବିଜେପି ହାଇକମାଣ୍ଡ ଲଗାତାର ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି ।