ଚର୍ଚ୍ଚରେ ଦଳାଚକଟା ହୋଇ ୩୧ ଜୀବନ ଗଲା

Thirty-one people were killed and several others …

ଆବୁଜା : ଦକ୍ଷିଣ-ପୂର୍ବ ନାଇଜେରିଆର ଏକ ଚର୍ଚ୍ଚରେ ହୋଇଥିବା ଦଳାଚକଟା ଯୋଗୁଁ ୩୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ରିପୋର୍ଟ ଅନୁସାରେ ‘ଶପ ଫର ପ୍ରି’ କାର୍ଯ୍ୟକ୍ରମରେ ଲୋକେ ଅଂଶଗ୍ରହଣ କରିଥିଲେ । ସରକାରୀ ତଥ୍ୟ ଅନୁସାରେ ନାଇଜେରିଆରେ ଏଭଳି ଘଟଣା ଘଟିବା ସାଧାରଣ ବିଷୟ । କାରଣ ଦେଶରେ ୮୦ ମିଲିୟନରୁ ଅଧିକ ଲୋକ ଗରିବୀ ସୀମାରେଖାରେ ଅଛନ୍ତି ।

ଦକ୍ଷିଣ-ପୂର୍ବ ନାଇଜେରିଆର ବନ୍ଦର ସହର ପୋର୍ଟ ହରକୋର୍ଟରେ ଏକ ଚର୍ଚ୍ଚରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଠାରେ ବହୁତ ଭିଡ ଥିଲା । କାର୍ଯ୍ୟକ୍ରମ ମଧ୍ୟରେ ଅଚାନକ ଦଳାଚକଟା ହୋଇଥିଲେ, ଯେଉଁଥିରେ କି ଅତିକମରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୭ ଜଣ ଆହତ ହୋଇଥିଲେ ।

ରିପୋର୍ଟ ଅନୁସାରେ ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି । ଖାଇବା ପାଇଁ ଶତାଧିକ ଲୋକ ଚର୍ଚ୍ଚକୁ ପହଞ୍ଚି ଥିଲେ । ଏହି ସମୟରେ ଲୋକଙ୍କର ଭିଡ ଯୋଗୁଁ ଚର୍ଚ୍ଚର ଗେଟ ଭାଙ୍ଗିଯାଇଥିଲା । ଫଳରେ ଦଳାଚକଟା ହୋଇଥିଲା ।