ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଫିଲ୍ମ ‘କଭି ଇଦ୍ କଭି ଦିବୀଲୀ’କୁ ନେଇ ଚର୍ଚ୍ଚା ଜୋର ଧରିଛି । ବିବାଦ କାରଣରୁ ଫିଲ୍ମର ନାଁକୁ ବଦଳାଇ ‘ଭାଇଜାନ’ ରଖାଯାଇଛି । ଏହି ଫିଲ୍ମରେ ବିଗବସ୍ ଫେମ୍ ସେହେନାଜ ଗିଲଙ୍କ ପରେ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀଙ୍କୁ ମଧ୍ୟ ସ୍ଥାନ ମିଳିଛି । ପଲକଙ୍କୁ ନିଜେ ସଲମାନ ଖାନ ଚୟନ କରିଛନ୍ତି । ଜସୀଙ୍କ ସହ ପଲକଙ୍କର ଏକ ଜବରଦସ୍ତ ଗୀତ ଫିଲ୍ମରେ ଦେଖିବାକୁ ମିଳିବ । ପଲକ ସୁଟିଂ ୟୁନିଟରେ ସାମିଲ ହୋଇ ସାରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ପଲକ ନିଜ ଷ୍ଟାଇଲ ଓ ଡ୍ୟାନ୍ସ ବଳରେ ଦର୍ଶକଙ୍କୁ ସର୍ବଦା ପ୍ରଭାବିତ କରିଛନ୍ତି । ଏଥର ଦର୍ଶକଙ୍କୁ ତାଙ୍କ ଅଭିନୟ ମଧ୍ୟ ଦେଖିବାର ସୁଯୋଗ ମିଳିବ ।