ଅମ୍ୱାନୀ କିଣିବେ ବ୍ରିଟେନ କମ୍ପାନୀ

ରିଲାଏନ୍ସ ଏବଂ ଆମେରିକା କମ୍ପାନୀ ଆପୋଲୋ ଗ୍ଲୋବାଲ୍‌ ମ୍ୟାନେଜମେଣ୍ଟ ମିଳିତ ଭାବେ ନିଲାମି ଡାକିଛନ୍ତି…

ନୂଆଦିଲ୍ଲୀ : ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ୱାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ବ୍ରିଟେନ୍‌ ସ୍ଥିତ ଫାର୍ମା କମ୍ପାନୀ ୱାଲ ଗ୍ରୀନସ ବୁଟ୍ସ ଆଲିଆନ୍ସକୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ରିଲାଏନ୍ସ ଏବଂ ଆମେରିକା କମ୍ପାନୀ ଆପୋଲୋ ଗ୍ଲୋବାଲ୍‌ ମ୍ୟାନେଜମେଣ୍ଟ ମିଳିତ ଭାବେ ନିଲାମି ଡାକିଛନ୍ତି । ଯଦି ଏହା ସଫଳ ହୁଏ ତେବେ ରିଲାଏନ୍ସ ଭାରତ ସମେତ ଦକ୍ଷୀଣ-ପୂର୍ବ ଏସିଆ ଏବଂ ପଶ୍ଚିମ ଏସିଆରେ ବୁଟ୍ସ କାରବାର ବିସ୍ତାର କରିପାରିବ । ରିଲାଏନ୍ସ ପକ୍ଷରୁ ୫ ବିଲିୟନ୍‌ ୟୁରୋରୁ ଅଧିକ ଟଙ୍କାର ପ୍ରସ୍ତାବ ଦିଆଯାଇଛି । ୱାଲ ଗ୍ରୀନସ, ବୁଟ୍ସ ପାଇଁ ପାଖାପାଖି ୭ ବିଲିୟନ୍‌ ୟୁରୋର ମୂଲ୍ୟାଙ୍କନ କରିଥିବା ଜାଣାପଡ଼ିଛି ।