ଏନ୍‌କାଉଣ୍ଟରରେ ହିଜବୁଲର ଆତଙ୍କୀ ସଫା

ଆତଙ୍କବାଦୀମାନେ ଚଳପ୍ରଚଳ କରିବା ନେଇ ସୁରକ୍ଷା ବାହିନୀକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା…

ନୂଆଦିଲ୍ଲୀ : ଜାମ୍ମୁ-କଶ୍ମୀର ସୁରକ୍ଷାବାହିନୀର ଯବାନମାନଙ୍କୁ ବଡ ସଫଳତା ମିଳିଛି । ସୁରକ୍ଷା ବାହିନୀର ଯବାନମାନେ କୁଲଗାମରେ ହୋଇଥିବା ଏନକାଉଣ୍ଟରରେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାଇଦିନର ଜଣେ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ସୂଚନା ଅନୁସାରେ କୁଲଗାମର ଖଣ୍ଡୀପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଚଳପ୍ରଚଳ କରିବା ନେଇ ସୁରକ୍ଷା ବାହିନୀକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଯମାନମାନେ ଘଟଣାସ୍ଥଳକୁ ଘେରାବନ୍ଦୀ କରିଥିଲେ । ତେବେ ହିଜବୁଲର ଆତଙ୍କବାଦୀ ଯବାନଙ୍କୁ ଦେଖି ପ୍ରଥମେ ଗୁଳି କରିଥିଲା । କିନ୍ତୁ ଯବାନଙ୍କ ପାଲଟା ଜବାବରେ ନିହତ ହୋଇଥିଲା । ସୁରକ୍ଷାବାହିନୀ ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ଜବତ କରିଥିବା ଜଣାପଡିଛି ।