ମୁମ୍ବାଇ: ପୁଣି ବିବାଦରେ ପଡିଛନ୍ତି ରାଖୀ ସାୱନ୍ତ । ରାଖୀ ସାୱନ୍ତ ନାଁରେ ଥାନାରେ ଦିଆଯାଇଛି ଏଫ୍ଆଇଆର । ଆଦିବାସୀଙ୍କ ପୋଷାକକୁ ଉପହାସ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଏଫଆଇଆର ଦିଆଯାଇଛି । କେନ୍ଦ୍ରୀୟ ସରନା ସମିତିର ସଭାପତି ଅଜୟ ତିର୍କୀ ତାଙ୍କ ବିରୋଧରେ ଦେଇଛନ୍ତି ଏହି ଏତଲା । ଶ୍ରୀ ତିର୍କୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ରାଖୀ ସାୱନ୍ତ ଆଦିବାସୀଙ୍କ ଭାବନାକୁ ଆଘାତ ଦେଇଛନ୍ତି ।
ସେ କହିଛନ୍ତି ଯେ, ସେମି-ନ୍ୟୁଡ୍ ଆଉଟଫିଟ୍ ପିନ୍ଧି ତାହା ଆଦିବାସୀଙ୍କ ପୋଷାକ ବୋଲି କହୁଛନ୍ତି । ଏହା ଆଦିବାସୀ ମହିଳାଙ୍କ ସମ୍ମାନକୁ କ୍ଷୁଣ୍ଣ କରିବା ସହ ପୂରା ସଂପ୍ରଦାୟକୁ ଅପମାନିତ କରିଛି । ରାଖୀ ସାୱନ୍ତ କ୍ଷମା ମାଗନ୍ତୁ ବୋଲି ଅଜୟ ତିର୍କୀ ଦାବି କରିଛନ୍ତି । ନହେଲେ ତାଙ୍କ ବିରୋଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ, ଭାଇରାଲ ହେଉଥିବା ଏହି ଭିଡିଓକୁ ରାଖୀ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।