ଜୁନ ୧୨ରେ ବାରବାଟୀରେ ଭାରତ-ଦ. ଆଫ୍ରିକା ମ୍ୟାଚ

କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା..

କଟକ: କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବା ହାଇଭୋଲଟେଜ ମ୍ୟାଚ୍‌ । ଆସନ୍ତା ଜୁନ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ । ଏନେଇ ଓସିଏ ସଂପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ପାଇଁ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ୱେଷ୍ଟଇଣ୍ଡି ଟି-୨୦ ମ୍ୟାଚ ବାତିଲ ହୋଇଥିଲା । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ୍‌ ଆଇପିଏଲ ୨୦୨୨ ପରେ ଜୁନରେ ଖେଳାଯିବ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍‌ର ଟି-୨୦ ସିରିଜ ପାଞ୍ଚଟି ସ୍ଥାନରେ ଖେଳାଯିବ । ଟି-୨୦ ସିରିଜ୍‌ କଟକ, ବିଶାଖାପଟ୍ଟନମ, ଦିଲ୍ଲୀ, ରାଜକୋଟ ଏବଂ ଚେନ୍ନାଇରେ ଖେଳାଯିବ ।