ନୂଆଦିଲ୍ଲୀ : ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଗତ କିଛି ମାସ ହେବ ଜୋରଦାର ଚର୍ଚ୍ଚା ଚାଲିଛି । ହେିପରି ଉଭୟଙ୍କ ବିବାହକୁ ତାଙ୍କ ପ୍ରଶଂସକଙ୍କମାନେ ମଧ୍ୟ ଉତ୍ସାହର ରହିଛି । ଉଭୟଙ୍କ ବିବାହକୁ ନେଇ ସବୁଆଡେ ଚର୍ଚ୍ଚା ଲାଗି ରହିଛି । ରଣବୀର-ଆଲିଆ ଚଳିତ ମାସ ଏପ୍ରିଲରେ ବିବାହ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି ।
ସେହିପରି ପରିବାର ଲୋକଙ୍କ ସହ ଅଲିଆଙ୍କୁ ମଧ୍ୟ ଡିଜାଇନର ମନୀଷଙ୍କ ସହ ଦେଖିବାକୁ ମିଳିଛି ଯାହା ପ୍ରଶଂସକଙ୍କ ମଧ୍ୟରେ ଅନେକ ଆଲୋଚନା ଆରମ୍ଭ ହୋଇଯାଇଛି । ଏକ ସୂଚନା ମୁତାବକ ଉଭୟ ଚଳିତ ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେହିପରି ଏହି ବିବାହରେ ଅନେକ ଲୋକଙ୍କୁ ନିମନ୍ତ୍ରଣ କରିବାକୁ ଯାଉଛନ୍ତି ଏବଂ ବିବାହ ପାଇଁ ସ୍ଥାନ ମଧ୍ୟ ବାଛି ସାରିଛନ୍ତି । ଯାହା ୪୫୦ ଅତିଥିଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି ।
ରିପୋର୍ଟ ଅନୁଯାୟୀ ରଣବୀର-ଆଲିଆ ଉଭୟ ସେମାନଙ୍କ ନିଜ ଘରେ ତଥା ଆର କେ ହାଉସରେ ବିବାହ କରିବେ ବୋଲି ଜଣାପଡିଛି । ଯେଉଁଠାରେ ପୂର୍ବରୁ ରିଷି କପୁର ଏବଂ ନୀତୁ ସିଂ ବିବାହ କରିଥିଲେ ।