ପଞ୍ଜାବରେ ଏବେ ଡୋର ଟୁ ଡୋର ରାସନ

ଚଣ୍ଡିଗଡ: ପଞ୍ଜାବରେ ଆପ ସରକାର କ୍ଷମତାକୁ ଆସିବା ପରେ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ପଞ୍ଜାବରେ ଏବେ ଢାଞ୍ଚାରେ ଘରକୁ ଘର ରାସନ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ବର୍ତ୍ତମାନ ସରକାର ଘରକୁ ଘର ରାସନ ସାମଗ୍ରୀ ଯୋଗାଇଦେବେ । ମାନ କହିଛନ୍ତି ରାସନ ଘରକୁ ଘର ମାଗଣା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କ଼ହିଛନ୍ତି ଯେ, ଏହି ଯୋଜନା ଏକ ବିକଳ୍ପ ଭାବରେ ରହିବ । ଆମର ଅଧିକାରୀମାନେ ଫୋନ କରିବେ ଏବଂ ବିତରଣ ସମୟ ମାଗିବେ । ସେହି ସମୟରେ ରାସନ ବିତରଣ କରାଯିବ । ପୂର୍ବରୁ ଏହି ଯୋଜନା ଆମ୍‌ ଆଦମୀ ପାର୍ଟି ଦିଲ୍ଲୀରେ ଆରମ୍ଭ କରିଥିଲା । କିନ୍ତୁ ଏହା ଉପରେ କେନ୍ଦ୍ର ସରକାର ରୋକ ଲଗାଇ ଦେଇଥିଲେ