ବାଇକ ରାଲି ଉପରେ ପଥରମାଡ: ୪୨ ଆହତ

ଜୟପୁର : ରାଜସ୍ଥାନର କରୈଲିରେ ନଭ ସୱତ୍ସର ଲାଗି ବାହାରିଥିବା ବାଇକ ଶୋଭାଯାତ୍ରା ଉପରେ ପଥରମାଡ ହୋଇଛି । ଏହି ପଥରମାଡରେ ପାଖାପାଖି ୪୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେହିପରି ସେଠାରେ ପରିସ୍ଥିତି ନିୟନ୍ତ୍ରଣ କରିବା ୧୪୪ ଧାରା ଲାଗୁ କରାଯିବା ସହ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରିଦିଆଯାଇଛି । ସୂଚନାଯୋଗ୍ୟ ଯେ, ବାଇକ ରାଲି ଉପରେ ହୋଇଥିବା ପଥରମାଡ କାରଣରୁ ୪ ଜଣ ପୋଲିସ କର୍ମଚାରୀଙ୍କ ସମେତ ୪୨ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେହିପରି ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ପୋଲିସ ମୁତୟନ କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଘଟଣା ସଂପର୍କରେ ଅବଗତ ହେବା ପରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ସହିତ ଫୋନରେ କଥା ହେବା ସହ ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ଶାନ୍ତି ପ୍ରତିଷ୍ଠା ପାଇଁ ସ୍ଥାନୀୟ ଲୋକଙ୍କ ନିକଟରେ ଅପିଲ କରିଛନ୍ତି ।