ହ୍ରାସ ପାଉଛି କରୋନା ଗ୍ରାଫ

ନୂଆଦିଲ୍ଲୀ : ଦେଶରେ ହ୍ରାସ ପାଉଛି କରୋନା ଗ୍ରାଫ । ଦେଶରେ କୋଭିଡ-୧୯ ସଂକ୍ରମଣ ଦ୍ରୁତ ଗତିରେ ବଢିବା ପରେ ବର୍ତ୍ତମାନ କମିବା ଆରମ୍ଭ କରିଛି । ସେହିପରି କୋଭିଡ ଜନିତ ମୃତ୍ୟୁସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଦେଶରେ ଦୈନିକ ୪ ଲକ୍ଷ ଟ୍ରେଣ୍ଡ ୨ ଲକ୍ଷ ଓ ପରେ ଦୁଇ ହଜାର ତଳକୁ ଖସିଛି ।

ଏହା ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଦେଶରେ ୨୪ ଘଣ୍ଟାରେ ୧ହଜାର ୯୬ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ୮୧ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ୨୮ ହଜାର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ସେହିପରି ୧୩୦୧୩ ସକ୍ରିୟ ମାମଲା ରହିବା ସହ ୪ କୋଟି ୨୪ ଲକ୍ଷ ୯୩ ହଜାର ୭୭୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ ବ୍ୟତୀତ ୫୨୧୩୪୫ ସଂକ୍ରମିତ ପ୍ରାଣ ହରାଇଛନ୍ତି ।