ମୁମ୍ବାଇ: ରେକର୍ଡ ବ୍ରେକିଂ ନିର୍ଦ୍ଦେଶକ ରାଜା ମୌଲିଙ୍କ ଫିଲ୍ମ RRR ବକ୍ସ ଅଫିସ୍ରେ କମାଲ କରୁଛି। ଏହି ଫିଲ୍ମ ଏବେ ଆୟର ସମସ୍ତ ରେକର୍ଡ ଭାଙ୍ଗି ସାରିଲାଣି। ଟ୍ରେଡ୍ ରିପୋର୍ଟ ଅନୁସାରେ ଗୋଟିଏ ସପ୍ତାହରେ RRR ହିନ୍ଦୀ ଭର୍ସନ ବାହୁବଳୀର ଆୟକୁ ବି ଟପି ଯାଇଛି। ଏବଂ ଆଗକୁ ଆହୁରି ଅନେକ ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି।
ଫିଲ୍ମ ବାହୁବଳୀ-୧ ଓ ୨ ଦେଶରେ ଜବରଦସ୍ତ ରେକର୍ଡ କରିବା ପରେ ସମସ୍ତଙ୍କ ନଜର ରାଜା ମୌଲୀଙ୍କ ଉପରେ ଯାଇଥିଲା। ନିର୍ଦ୍ଦେଶନା ଓ ଷ୍ଟୋରୀ ଟେଲିଂରେ ସେ ଯେ ମାହିର ଏବେ RRRର ସଫଳତା ତାହା ପ୍ରମାଣିତ କରିଛି। ସାରା ବିଶ୍ୱରେ ବକ୍ସ ଅଫିସ୍ରେ ଫିଲ୍ମ ମାତ୍ର ୩ ଦିନରେ ୫୦୦ କୋଟି ଆୟ କରିପାରିଛି। ଫିଲ୍ମ ସମୀକ୍ଷକ ଓ ବ୍ୟାପାର ବିଶ୍ଳେଷକ ତରଣ ଆଦର୍ଶଙ୍କ ଅନୁସାରେ, ଫିଲ୍ମ RRRର ହିନ୍ଦୀ ବର୍ସନ ଗୋଟିଏ ସପ୍ତାହରେ ବାହୁବଳୀର ଆୟକୁ ବି ପଛରେ ପକାଇ ନମ୍ବର ୱାନ୍ରେ ପହଞ୍ଚିଛି। ଏହାର ହିନ୍ଦୀ ଭର୍ସନ ୨୦୦ କୋଟି ପାର୍ କରିବ ବୋଲି କୁହାଯାଉଥିବା ବେଳେ ଏହା ଖୁବ୍ଶୀଘ୍ର ୧୦୦ କୋଟି କ୍ଲବ୍ରେ ସାମିଲ୍ ହୋଇଥିବା ଫିଲ୍ମ ହୋଇପାରିଛି।