ସାମ୍ବାଦିକଙ୍କୁ ଦୁର୍ବ୍ୟହାର କରିବା ମାମଲାରେ ସଲମାନଙ୍କୁ ଆଶ୍ୱସ୍ତି
ବଲିଉଡର ଦବଙ୍ଗ ଖାନ ସଲମାନଙ୍କୁ ମିଳିଲା ବଡ ଆଶ୍ୱସ୍ତି…
ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ ସଲମାନଙ୍କୁ ମିଳିଲା ବଡ ଆଶ୍ୱସ୍ତି । ସାମ୍ବାଦିକଙ୍କ ସହ ଦୁର୍ବ୍ୟହାର କରିବା ମାମଲାରେ ତାଙ୍କୁ ପୁଣି ଥରେ ବମ୍ବେ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ସଲମାନଙ୍କ ଓକିଲ ଏହି ମାମଲାରେ ତଳ କୋର୍ଟ ପଠାଇଥିବା ସମନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହାପରେ ଏହି ମାମଲାକୁ ୫ ଯାଏ ସ୍ଥଗିତ ରଖାଯାଇଥିଲା । ଏବେ ପୁଣି ଏହି ସ୍ଥଗିତ ଅବଧିକୁ ଆସନ୍ତା ଜୁନ୍ ୧୩ ଯାଏ ବଢାଇ ଦେଇଛନ୍ତି ହାଇକୋର୍ଟ । ସେପଟେ ଅଭିଯୋଗକାରୀ ଏକ ସତ୍ୟପାଠ ଦାଖଲ କରି ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଏକ ରିପୋର୍ଟ ଅନୁସାରେ ସମନ ଉପରେ ରୋକ ଲଗାଇ ସଲମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରାଯାଇଛି ।
ସୂଚନା ଅନୁସାରେ ୨୦୧୯ରେ ସଲମାନ ଓ ତାଙ୍କ ବଡିଗାର୍ଡ ଅଶୋକ ପାଣ୍ଡେଙ୍କୁ ଧମାକାଇବା ସହ ଦୁର୍ବ୍ୟବହାର କରି ତାଙ୍କ ଫୋନ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ସଲମାନଙ୍କ ବିରୋଧରେ ଏକ ସମନ ଜାରି କରାଯାଇଥିଲା ।