ଖୁବଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବେ ସୁହାନା ଖାନ

ମୁମ୍ବାଇ : ବଲିଉଡ ଅଭିନେତା ବାଦଶାହା ଶାହାରୁଖ୍‌ ଖାନଙ୍କ ଝିଅ ଲାଡଲୀ ଖୁବଶୀଘ୍ର ବଲିଉଡରେ ପାଦ ଦେବାକୁ ଯାଉଛନ୍ତି । ବହୁ ଦିନ ଧରି ସୁହାନା ଖାନଙ୍କର ବଲିଉଡକୁ ଏଣ୍ଟ୍ରି ହେବା ନେଇ ଚର୍ଚ୍ଚା ଚାଲିଛି । ଏବେ କିନ୍ତୁ ତାହା ସ୍ପଷ୍ଟ ହୋଇଛି । ସୂଚନାଯୋଗ୍ୟ ଯେ, ସୁହାନା ନିର୍ଦ୍ଦେଶିକା ଜୋୟାଙ୍କ ଅଫିସ୍‌ ବାହାରେ ଦେଖିବାକୁ ମିଲିଥିଲା । ଖବର ମିଳୁଛି କି ସୁହାନଙ୍କୁ ତାଙ୍କର ଆଗାମୀ ଫିଲ୍ମରେ ଏଣ୍ଟ୍ରି ହେବା ନେଇ ନେଇ ଚର୍ଚ୍ଚା ହେଉଛି ।

ନିର୍ଦ୍ଦେଶିକା ଜୋୟା ‘ଆର୍ଚ୍ଚି଼ି କମିକ୍ସ’ ଉପରେ ଏକ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସୁହାନାଙ୍କ ସହ ଶ୍ରୀଦେବୀଙ୍କ ଝିଅ ଖୁସି କପୁର ମଧ୍ୟ ଅଭିନୟ କରିପାରନ୍ତି । ତେବେ ଏହି ଖବର କେତେ ସତ୍ୟ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂନନାଯୋଗ୍ୟ ଯେ, ସୁହାନା ଖାନ ଆମେରିକାର ନ୍ୟୁୟର୍କରେ ଆକ୍ଟିଂରେ ଉପରେ ପାଠ ପଢ଼ିଛନ୍ତି । ସୁହାନା ନ୍ୟୁୟର୍କରେ ରହୁଥିବାବେଳେ ଅନେକ ସର୍ଟ ଫିଲ୍ମରେ କାମ ମଧ୍ୟ କରିଛନ୍ତି ।