ଇଡି ରିମାଣ୍ଡରେ ନୱାବ ମଲ୍ଲିକ

ମୁମ୍ବାଇ : ଏନସିପି ନେତା ତଥା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନୱାବ ମଲ୍ଲିକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି । ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମ ଏବଂ ଅଣ୍ଡରୱାଲଡ୍‌ଙ୍କ ସହ ଲିଙ୍କ ଅଭିଯୋଗରେ ଇଡି ନବାବଙ୍କୁ ଘରୁ ଉଠାଇ ନେଇଛି । ଅଣ୍ଡରୱାଲଡ୍‌ଙ୍କ ସହ ବେଆଇନ ଜମି କିଣାବିକା ମାମଲାରେ ସମ୍ପୃକ୍ତିଥିବା ପ୍ରମାଣ ପାଇବା ପରେ ଇଡି ନବାବଙ୍କ ଗିରଫ କରିଛି । ଏହି ଜମିକିଣା ବିକାରେ ବେଆଇନ ଅର୍ଥ କାରବାର ମଧ୍ୟ ହୋଇଥିଲା । ଏହାସହ ନୱାବଙ୍କୁ ୮ ଦିନିଆ ରିମାଣ୍ଡରେ ନେଇଛି ଇଡି ।

ଅନ୍ୟପଟେ ତାଙ୍କ ବିରୁଦ୍ଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୀତି ସରଗରମ ହୋଇଯାଇଛି । ସେିହପରି ନୱାବଙ୍କ ଗିରଫକୁ ନେଇ ଏନସିପି-ଶିବସେନା ବିଜେପିକୁ ଟାର୍ଗେଟ କରିଛନ୍ତି । ସୂଚନା ଅନୁସାରେ ଅଣ୍ଡରୱାର୍ଲଡ ଲିଙ୍କ ଓ ବେଆଇନ ଜମି କିଣାବିକା ଅଭିଯୋଗରେ ଗତ ୧୫ ତାରିଖରେ ଚଢଉ କରିଥିଲା ଇଡି ।