ମୁମ୍ବାଇ : ବଲିଉଡ ଇଣ୍ଡଷ୍ଟ୍ରୀର ହଟ ଓ ବୋଲ୍ଡ ଅଭିନେତ୍ରୀ ସନ୍ନି ଲିଓନ ଏକ ଅନଲାଇନ ଠକାମୀର ଶିକାର ହୋଇଛନ୍ତି । ସନ୍ନି ଲିଓନଙ୍କ ପ୍ୟାନ କାର୍ଡ ଜଣେ ଅଜଣା ବ୍ୟକ୍ତି ବ୍ୟବହାର କରି ଋଣ ଉଠାଇ ନେଇଥିବା ଜଣାପଡିଛି । ଏଣୁ ତାଙ୍କ ସିବିଲ ଖରାପ ହୋଇଯାଇଛି । ଏନେଇ ସେ ସୋସିଆଲ ମିଡିଆ ଦ୍ୱାରା ସୂଚନା ଦେଇଛନ୍ତି । ତାଙ୍କ ଅଜଣାତରେ କେହି ପ୍ୟାନ ନଂ ବ୍ୟବହାର କରି ୨ହଜାର ଟଙ୍କା ଋଣ ନେଇଥିଲେ ।
ଏନେଇ ସେ ଟ୍ୱିଟ ଜରିଆରେ ସୂଚନା ଦେଇଥିଲେ । ହେଲେ ତାଙ୍କର ଅଭିଯୋଗ ପାଇ କମ୍ପାନୀ ସମସ୍ୟାର ସମାଧାନ କରିବା ସହ ସନ୍ନି ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।
Prev Post
Next Post