ଭାରତର ନିରପେକ୍ଷ ନୀତିକୁ ରୁଷିଆର ପ୍ରଶଂସା

ନୂଆଦିଲ୍ଲୀ : ୟୁକ୍ରେନ ସଂକଟକୁ ନେଇ ଭାରତର ନିରପେକ୍ଷ ନୀତିକୁ ରୁଷିଆ ପ୍ରଶଂସା କରିଛି । ନୂଆଦିଲ୍ଲୀରେ ଥିବା ରୁଷୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନ ପ୍ରସଙ୍ଗରେ ଭାରତର ନିରପେକ୍ଷ ନୀତିଗତ ଆଭିମୁଖ୍ୟକୁ ରୁଷିଆ ସ୍ୱାଗତ କରୁଛି । ସୂଚନାଯୋଗ୍ୟ ଯେ, ୟୁକ୍ରେନ ମାମଲା ସଂପର୍କରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ଭାରତ ଏହି ସମସ୍ୟାର ମିଲିଟାରୀ ସମାଧାନ ସପକ୍ଷରେ ନାହିଁ । ଏହା କୂଟନୈତିକ ଆଲୋଚନା ମାଧ୍ୟମରେ ଭାରତ ରହିଛି ।

ସେହିପରି ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି କହିଛନ୍ତି ଯେ ୟୁକ୍ରେନ ପ୍ରସଙ୍ଗରେ ତୁରନ୍ତ ଉତ୍ତେଜନା ହ୍ରାସ ସପକ୍ଷରେ ଭାରତ ରହିଛି । ଅନ୍ୟପକ୍ଷରେ ଆମେରିକା-ରୁଷିଆ ସହ ଭାରତର ଭଲ ସଂପର୍କ ଥିବାରୁ ଭାରତ କୌଣସି ଗୋଟିଏ ପଟକୁ ଢଳିବାକୁ ଚାହୁଁନାହିଁ ।