ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକାଧିକ ନୂଆ ସ୍ମାର୍ଟ କ୍ଲାସରୁମ ଉଦଘାଟନ କଲେ

ନୂଆଦିଲ୍ଲୀ: ଦିଲ୍ଲୀର ସରକାରୀ ସ୍କୁଲରେ ୧୨ ହଜାରରୁ ଅଧିକ ନୂଆ ସ୍ମାର୍ଟ କ୍ଲାସରୁମର ଉଦଘାଟନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଫଳରେ ଦିଲ୍ଲୀର ବର୍ତ୍ତମାନ ୨୪୦ ସରକାରୀ ସ୍କୁଲରେ ୧୨ହଜାର ୪୩୦ ନୂଆ ସ୍କାର୍ଟ କ୍ଲାସରୁମ ଯୋଡିହୋଇଛି । ସେହିପରି ୩ଲକ୍ଷ ୭୦ହଜାର ପିଲା ଘରୋଇ ସ୍କୁଲରୁ ସରକାରୀ ସ୍କୁଲକୁ ଆସିଥିବା ନେଇ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ଯେଉଁ ସ୍ୱପ୍ନ ଦେଖିଥିଲୁ ତାହା ଆଜି ପୂରଣ ହୋଇଛି । ସେହିପରି ସେ ଆହୁରି କହିଛନ୍ତି ଯେ, ଆମେ କେବଳ ନଡିଆ ଭାଙ୍ଗି ନଥାଉ ସେହି କାମକୁ ପୂରଣ ମଧ୍ୟ କରିଥାଉ । ଆଜି ଆମ ସ୍କୁଲରେ ଦାମୀ ବୋର୍ଡ ରହିଛି । ସୂଚନାଯୋଗ ଯେ, ଦିଲ୍ଲୀ ସରକାର ୭ ବର୍ଷରେ ମଧ୍ୟରେ ୨୦ ହଜାର କ୍ଲାସରୁମ ନିର୍ମାଣ କରିଛନ୍ତି ।