ସର୍ଜରୀ ପରେ ସୁସ୍ମିତାଙ୍କ ନୂଆ ହେୟାର ଷ୍ଟାଇଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ମିସ ୱାର୍ଲ୍ଡ ହୋଇଥିବା ସୁସ୍ମିତା ସେନ ତାଙ୍କର ୪୬ତମ ଜନ୍ମଦିନ ପାଳନ କରିଛନ୍ତି । ସୁସ୍ମିତା ଫିଲ୍ମ ଇଣ୍ଡଷ୍ଟ୍ରୀ ଜଣେ ଜଣାଶୁଣା ଅଭିନେତ୍ରୀ । ସେ ଅଭିନୟ ହେଉ କିମ୍ବା ତାଙ୍କ ସୁନ୍ଦରତା ଓ ସମାଜସେବା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏନେଇ ତାଙ୍କ ଫ୍ୟାନ୍‌ ମଧ୍ୟ ଖୁବ ଅଧିକ । ତାଙ୍କ ଜନ୍ମଦିନ ଅବସରରେ ସୁସ୍ମିତା ଏକ ପୋଷ୍ଟ ସେୟାର କରି ତାଙ୍କ ଫ୍ୟାନଙ୍କୁ ସରପ୍ରାଇଜ୍‌ ଦେଇଛନ୍ତି । ତାଙ୍କର ସର୍ଜରୀ କରାଯାଇଥିବା ନେଇ ଏକ ଫଟୋ ତାଙ୍କ ଇନଷ୍ଟାରେ ସେୟାର କରଛନ୍ତି ।

ସୁସ୍ମିତା ତାଙ୍କ ପ୍ରଶଂସକଙ୍କୁ ନୂଆ ଲୁକ୍‌ ଦେଖାଇଛନ୍ତି । ସୁସ୍ମିତା ହେୟାର କଟ୍‌ ସହ ବଡ ଚଷମା ପିନ୍ଧିଥିବା ନଜର ଆସିଛନ୍ତି । ଏନେଇ ସେ ସମସ୍ତଙ୍କୁ ଧନ୍ୟବାଦ ଦେଉଛନ୍ତି । ସେ କହିଛନ୍ତି ଯେ, ଏହା ମୋର ନୂଆ ଅବତାର । ସେ ଆହୁରି କହିଛନ୍ତି ଯେ, ମୁଁ ଭଲ ଅଛି । ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ମୁଁ ଆଶା କରେ ତୁମେ ମୋର ନୂଆ ହେୟାର ଷ୍ଟାଇଲ ମଧ୍ୟ ପସନ୍ଦ କରିବ ।