ରେଲୱେ ଟ୍ରାକରେ ପବଜି ଖେଳିବା ମହଙ୍ଗା ପଡିଲା: ଟ୍ରେନ ଧକ୍କାରେ ଦୁଇ ମୃତ୍ୟୁ

ମଥୁରା: ରେଲୱେ ଟ୍ରାକରେ ବସି ମୋବାଇଲରେ ଇୟରଫୋନ ଲଗାଇ ଗେମ ଖେଳିବା ଦୁଇ ଯୁବକଙ୍କୁ ମହଙ୍ଗା ପଡିଛି । ଟ୍ରେନ ଚାପାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ମଥୁରା ଥାନା ଯମୁନାପାର ଥାନା ଅନ୍ତର୍ଗତ ମଥୁରା-କାଶଗଞ୍ଜରେ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଦୁଇଜଣ କାନରେ ଇୟରଫୋନ ଲଗାଇ ପବଜି ଖେଳୁଥିଲେ ବୋଲି କୁହାଯାଉଛି ।

ଗେମ ଖେଳିବା ସମୟରେ ଦୁହେଁ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁଇ ଯୁବକ ହେଲେ କପିଲ (୧୮) ଓ ଗୌରବ କୁମାର (୧୮) । ଦୁହିଁଙ୍କ ଘର ଯମୁନାପାର କାଳିନ୍ଦୀ କୁଞ୍ଜରେ । ଇୟରଫୋନ ଲଗାଇ ମୋବାଇଲରେ ପବଜି ଖେଳିବାବେଳେ ଟ୍ରେନ ଆସିବା ନେଇ ଜାଣିପାରିନଥିଲେ ଓ ଦୁର୍ଘଟଣାରେ ଶିକାର ହୋଇଥିଲେ ବୋଲି ଜଣାପଡିଛି ।