ମୋଦିଙ୍କ ସହ ନିଜ ଫଟୋ ଟ୍ୱିଟରେ ସେୟାର କଲେ ଯୋଗୀ

ଲକ୍ଷକ୍ନଉ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ନିଜ ଟ୍ୱିଟର ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନିଜ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ମୋଦି ଯୋଗୀଙ୍କ କାନ୍ଧରେ ହାତ ପକାଇ ବୁଲୁଥିବା ଦେଖାଯାଉଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ମୋଦିଙ୍କ ସହ ନିଜ ଫଟୋ ସେୟାର କରି ଏକ କବିତା ମାଧ୍ୟମରେ ନିଜ ବିଚାର ଜଣାଇଛନ୍ତି । ସେ ଲେଖିଛନ୍ତି, ଆମେ ବାହାରି ପଡ଼ିଛୁ ଶପଥ କରି, ନିଜ ତନ-ମନ ଅର୍ପଣ କରି, ଜିଦ୍‌ ହେଉଛି ସୂର୍ଯ୍ୟ ଉଦୟ କରିବା, ଆକାଶଠୁ ଉଚ୍ଚକୁ ଯିବାର ଅଛି, ଏକ ନୂଆ ଭାରତ ଗଢିବାର ଅଛି ।

ପ୍ରଧାନମନ୍ତୀ ମୋଦି ୟୁପି ଗସ୍ତରେ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପହଂଚିବା ପରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଦେଶର ବିଭିନ୍ନ ରାଜ୍ୟର ଡିଜିପି ଏବଂ ଆଇଜିପି ସମ୍ମିଳନୀର ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସହ ବିଭିନ୍ନ ପ୍ରସଙ୍ଗରେ ମାନସମନ୍ଥନ ଚାଲିଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାରମ୍ବାର ଗସ୍ତ କରୁଛନ୍ତି ।