ଜୋରରେ ବୁଡି ୨ ଶିଶୁ ମୃତ୍ୟୁ

କେନ୍ଦ୍ରାପଡ଼ା,(ଏସ୍‌ ନ୍ୟୁଜ୍‌): କେନ୍ଦ୍ରାପଡ଼ା ଜଂଅରା ବାରିମୂଳରେ ନିକଟରେ ଏକ ଅଘଟଣ ଘଟିଛି । ପାଣିରେ ବୁଡି ୨ ଶିଶୁଙ୍କ ମୃତ୍ୟୁ ହୋଇଛି । ଦୁଇ ଶିଶୁଙ୍କ ନାମ ଶୁଭସ୍ମିତା ଓ ମଧୁସ୍ମିତା । ସୂଚନା ଅନୁଯାୟୀ ଦୁଇ ଭଉଣୀ ଖେଳୁଥିବା ବେଳେ କେଉଁ ଆଡେ ଚାଲି ଯାଇଥିଲେ । କିଛି ସମୟ ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଉଭୟଙ୍କ ମୃତଦେହ ଘର ନିକଟ ଜୋରରୁ ଉଦ୍ଧାର ହୋଇଥିବା ଜଣାପଡିଛି ।

ତେବେ ପ୍ରାଣ ହରାଇଥିବା ଦୁଇ ଶିଶୁ ସେହି ଗ୍ରାମର ବିପିନ ମଳିକଙ୍କ ୩ ବର୍ଷ ୬ ମାସର ଝିଅ ସୁଭସ୍ମିତା ଓ ୨ବର୍ଷର ଝିଅ ମଧୁସ୍ମିତା ।