ଶେଷ ଟି-୨୦ ଚେନ୍ନାଇରେ ଖେଳିବି କ୍ୟାପ୍ଟେନ କୁଲ

ଚେନ୍ନାଇ : ଚଳିତ ଟି-୨୦ ଆଇପିଏଲ୍‌ ଟାଇଟଲ୍‌ ଜିତିଥିବା ଚେନ୍ନାଇ ସୁପରକିଙ୍ଗ୍ସ ଚେନ୍ନାଇରେ ବିଜୟ ଉତ୍ସବ ପାଳନ କରିଛି । ଆଇପିଏଲ୍‌ ଶେଷ ହେବା ପରେ ମହେନ୍ଦ୍ର ସିଂ ଧୋନି ଟି -୨୦ ବିଶ୍ୱକପରେ ଟିମ୍‌ ଇଣ୍ଡିଆରେ ବ୍ୟସ୍ତ ଥିଲେ । ସେ ଫେରିବା ପରେ ଚେନ୍ନାଇ ସୁପର କିଙ୍ଗ୍ସର ମ୍ୟାନେଜମେଣ୍ଟ ଉତ୍ସବ ପାଳନ କରିଥିଲେ । ଏହି ବିଜୟ ଉତ୍ସସବ ପାଳନ ଅବସରରେ ଧୋନି ଏକ ବଡ ସଙ୍କେତ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଧୋନି ତାଙ୍କର ଭବିଷ୍ୟତ ବିଷୟରେ କହିଥିଲେ । ସେ କହିଛନ୍ତି ଯେ, ଚେନ୍ନାଇରେ ତାଙ୍କର ଶେଷ ଟି -୨୦ ମ୍ୟାଚ୍‌ ଖେଳିବାକୁ ଚାହୁଁଛନ୍ତି । ଆଶା କରୁଛି ମୋର ଶେଷ ଟି-୨୦ ମ୍ୟାଚ୍‌ ଚେନ୍ନାଇରେ ହେବ । ଏହା ଆସନ୍ତା ବର୍ଷ କିମ୍ବା ୫ ବର୍ଷ ପରେ ଘଟିବ କି ନାହିଁ ତାହା ଜଣାନାହିଁ । ଏମଏସ ଧୋନି ବର୍ତ୍ତମାନ ଆଇପିଏଲରେ ଖେଳୁଛନ୍ତି । ତାଙ୍କ ନେତୃତ୍ୱରେ ଦଳ ୨୦୨୧ ଟାଇଟଲ୍‌ ଜିତିଥିଲା ।