ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଚିଠିରେ ସେ ଲେଖିଛନ୍ତି ଯେ, ହିତାଧିକାରୀଙ୍କୁ ଆଉ ୮ମାସ ପାଇଁ ଚାଉଳ ଦେବାକୁ ଦାବି କରିଛନ୍ତି । ଚାଉଳ ଯୋଗାଣର ସମୟ ସୀମା ଚଳିତ ମାସ ଶେଷ ହେଉଥିବାରୁ ଏହି ମସୟ ଆଉ ୮ ମାସ ବଢାଇବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

କୋଭିଡ ମହାମାରୀ ସ୍ଥିତିରେ ଉନ୍ନତି ଆସିବା ଯାଏ ଚାଉଳ ଦେବାକୁ ଅନୁରୋଧ କରିଛନ୍ତି । କୋଭିଡ ଏବେ ବି ସରିନି । ଲୋକଙ୍କ ଜୀବିକା ସ୍ୱାଭାବିକ ହୋଇନି ତେଣୁ ଅତିରିକ୍ତ ଚାଉଳ ହିତାଧିକାରୀଙ୍କୁ ଆଉ ୮ ମାସ ଦେବାକୁ ଅନୁରୋଧ କରିଛନ୍ତି ।