ସଂକ୍ରମିତ ହେଲେ ସ୍ୱରା ଭାସ୍କର

ମୁମ୍ବାଇ: ଟିଭି ଅଭିନେତ୍ରୀ ସ୍ୱରା ଭାସ୍କର କରୋନା ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ସୋସିଆଲ ମିଡିଆ ସୂଚନା ଦେଇଛନ୍ତି । ସ୍ୱରା ଏବେ ନିଜ ଘରେ ଆଇସୋଲେସନ୍‌ ଅଛନ୍ତି । ସେ କହିଛନ୍ତି ଯେ, ମୁଁ ଓ ମୋ ପରିବାର ଆଇସୋଲେସନ୍‌ ଅଛୁ ।ମୁଁ ମୋର କୋଭିଡ ସଂକ୍ରମଣ ବିଷୟରେ ସମସ୍ତଙ୍କୁ ଜଣାଇଛି । ଯଦି କେହି ମୋ ସମ୍ପର୍କରେ ଆସିଛନ୍ତି ସେମାନେ ସମସ୍ତେ କୋଭିଡ ଟେଷ୍ଟ କରିନିଅନ୍ତୁ ।

ସେ କହିଛନ୍ତି ଯେ, ଉଭୟ ଡୋଜର ଟିକା ନେଇଥିବା ସତ୍ତେ୍ୱ ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।