‘ଦ କାଶ୍ମୀର ଫାଇଲ୍ସ’ ପରେ ‘ଦ ଦିଲ୍ଲୀ ଫାଇଲ୍ସ’

କାଶ୍ମୀର ପଣ୍ଡିତଙ୍କ ଛାଡି ପଳାଇବା ଘଟଣାରେ ‘କାଶ୍ମୀର ଫାଇଲ୍ସ’ ତିଆରି କରିବା ପରେ ଚଳଚ୍ଚିତ୍ର ନିର୍ମାତା….

ନୂଆଦିଲ୍ଲୀ : କାଶ୍ମୀର ପଣ୍ଡିତଙ୍କ ଛାଡି ପଳାଇବା ଘଟଣାରେ ‘କାଶ୍ମୀର ଫାଇଲ୍ସ’ ତିଆରି କରିବା ପରେ ଚଳଚ୍ଚିତ୍ର ନିର୍ମାତା ବିବେକ ରଂଜନ ଅଗ୍ନିହୋତ୍ରୀ ଦିଲ୍ଲୀ ଫାଇଲ୍ସ ନାମକ ଏକ ଫିଲ୍ମ ନିର୍ମାଣ କରିବେ ବୋଲି ଘୋଷଣା କରିଛନ୍ତି । ଏହି ଚଳଚ୍ଚିତ୍ର ଖୁବଶୀଘ୍ର ଏହାର କାମ ଆରମ୍ଭ ହେବ ବୋଲି ନିର୍ମାତା ବିବେକ ରଂଜନ ଅଗ୍ନିହୋତ୍ରୀ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, କାଶ୍ମୀର ଫାଇଲ୍ସ ବକ୍ସ ଅଫିସରେ ଧମାକା କରିଥିଲା । ସେହିପରି ଏହି ଫିଲ୍ମକୁ ନେଇ ରାଜନୈତିକ ବିବାଦ ମଧ୍ୟ ରହିଥିଲା । ତେବେ ଏହାକୁ ନେଇ ବିବେକ ଟୁଇଟ୍‌ କରି କହିଛନ୍ତି ଯେ, କାଶ୍ମୀର ଫାଇଲ୍ସକୁ ଭଲ ପାଇଥିବା ଦର୍ଶକ ଙ୍କୁ ମୁଁ ଧନ୍ୟବାଦ ଦେଉଛି । ସେହିପରି ସେ କହିଛନ୍ତି ଯେ, ଗତ ଚାରିବର୍ଷ ଧରି, ଆମେ ଅନେକ ସତ୍ୟତା ସହିତ କଠିନ ପରିଶ୍ରମ କରିଛୁ । କାଶ୍ମୀରୀ ହିନ୍ଦୁମାନଙ୍କ ସହ ହୋଇଥିବା ଅନ୍ୟାୟ ଏବଂ ଆକ୍ରମଣ ବିଷୟରେ ଲୋକଙ୍କୁ କହିବା ଜରୁରୀ ଅଟେ । ଏକ ନୂଆ ଚଳଚ୍ଚିତ୍ରରେ କାମ କରିବାର ସମୟ ମୋ ପାଇଁ ଆସିଛି ବୋଲି ସେ କହିଛନ୍ତି ।