ନାଇଟ୍‌ କ୍ଲବରେ ରାହୁଲ ଗାନ୍ଧୀ!

କାଠମାଣ୍ଡୁ ନାଇଟ କ୍ଲବରେ ରହୁଲ ଗାନ୍ଧୀ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ….

ନୂଆଦିଲ୍ଲୀ: କାଠମାଣ୍ଡୁ ନାଇଟ କ୍ଲବରେ ରହୁଲ ଗାନ୍ଧୀ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବର୍ତ୍ତମାନ ସମୟରେ ନେପାଳ ଗସ୍ତରେ ଅଛନ୍ତି । ରାହୁଲ ତାଙ୍କର ଜଣେ ବନ୍ଧୁଙ୍କ ବିବାହରେ ସାମିଲ ହେବା ପାଇଁ ନେପାଳ ଯାଇଥିବା ଜଣାପଡିଛି । ଏହାଭିତରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଉକ୍ତ ଭିଡିଓରେ କାଠମାଣ୍ଡୁର ଏକ ପବରେ ରାହୁଲ ନଜର ଆସୁଛନ୍ତି । ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧୀ ୫ ଦିନିଆ ବ୍ୟକ୍ତିଗତ ଯାତ୍ରା ଲାଗି ସୋମବାର ନେପାଳ ଗସ୍ତ କରିଛନ୍ତି । ଏହି ସମୟରେ ସେ ତାଙ୍କ ସାମ୍ବାଦିକ ବନ୍ଧୁ ସୁମନିମା ଉଦାସଙ୍କ ବିବାହରେ ସାମିଲ ହେବା ପାଇଁ କାଠମାଣ୍ଡୁ ଯାଇଛନ୍ତି ।