ବଦଳିଗଲାଣି ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ଚେହେରା

ନୂଆଦିଲ୍ଲୀ: ବଦଳି ଗଲେଣି ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ କୌର ସାନ୍ଧୁ । ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ କୌର ସାନ୍ଧୁ ଆଉ ଆଗ ଭଳି ନାହାନ୍ତି । ପୁରା ପୁରି ବଦଳିଗଲାଣି ବ୍ରହ୍ମାଣ୍ଡ ସୁନ୍ଦରୀ ଚେହେରା । ହରନାଜଙ୍କୁ ଏବେ ଚିହ୍ନିବା କଷ୍ଟ । ସୂଚନାଯୋଗ୍ୟ ଯେ, ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ କୌର ମୁକୁଟ ଜିତିବା ପରେ ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ଦେଶ ବିଦେଶରେ ହୋଇଥିଲା । ୨୧ ବର୍ଷ ପରେ ଭାରତ ପାଇଁ ମିସ ୟୁନିର୍ଭସ ମୁକୁଟ ଆଣି ରାତାରାତି ଷ୍ଟାର ପାଲଟି ଯାଇଥିଲେ ହରନାଜ ।

ଅନ୍ୟପକ୍ଷରେ ମିସ୍‌ ୟୁନିର୍ଭସ ହେବାର ୩ ମାସରେ ପରେ ଏବେ ହରନାଜ ମୋଟି ହୋଇଯାଇଛନ୍ତି । ତାଙ୍କ ଓଜନ ମଧ୍ୟ ଅଧିକ ବଢ଼ି ଯାଇଛି । ହରନାଜଙ୍କ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଫଟୋକୁ ଦେଖି ତାଙ୍କ ଫ୍ୟାନମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେ ଏକ ଫ୍ୟାଶନ ୱିକରେ ରାମ୍ପ ୱକ କରିଥିଲେ । କିନ୍ତୁ ତାଙ୍କୁ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ । ରିପୋର୍ଟ ଅନୁଯାୟୀ ମିସ ୟୁନିର୍ଭସ ପ୍ରତିଯୋଗିତାରେ ଭାଗ ନେବାର ତିନି ଦିନ ପୂର୍ବରୁ ହରନାଜ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେହି ସମୟରେ ଗ୍ଲୁଟେନ ଯୋଗୁଁ ତାଙ୍କର ଆଲର୍ଜି ଥିଲା । ଏହି କାରଣରୁ ଓଜନ ବଢ଼ିଯାଉଥିବା ନେଇ ସେ ପୂର୍ବରୁ ଜାଣିନଥିଲେ ବୋଲି କହିଥିଲେ ।