ଆତଙ୍କବାଦୀ ମୁକ୍ତ ହେବ ଜାମ୍ମୁ-କାଶ୍ମୀର!

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ସୀମାରେ ଏବେ ଆତଙ୍କବାଦୀଙ୍କ ବିପକ୍ଷରେ ଅପରେସନ୍‌ ଜୋରଦାର କରାଯାଉଛି । ଗତ କିଛି ମାସ ମଧ୍ୟରେ ଅନେକ ଅପରେସନ କରାଯାଉଥିବାରୁ ଆତଙ୍କବାଦୀ ସଂଗଠନ ମାନେ ଏବେ ବିଚଳିତ ହୋଇ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ନିକଟରେ ଶୋପିଆନରେ କାଶ୍ମୀର ପଣ୍ଡିତଙ୍କ ଉପରେ ଆକ୍ରମଣ କରିବା ପରେ ଆଜି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କାଶ୍ମୀର ଆଇଜିପି ବିଜୟ କୁମାର । ଆଇଜିପିଙ୍କ ସୂଚନା ଅନୂଯାଇ ଗତବର୍ଷ ଡିସେମ୍ବର ମାସରୁ ମାର୍ଚ୍ଚ ମାସ ମଧ୍ୟରେ ପ୍ରାୟ ୬୬ ଆତଙ୍କବାଦୀ ନିହତ ହୋଇଛନ୍ତି । ୪ ମାସରେ ଅନେକ ବଡ ବଡ ଅରେଶନ ରେ ସଫଳ ହୋଇଛୁ । ତେଣୁ ବର୍ତ୍ତମାନ ଆତଙ୍କବାଦୀ ଗୋଷ୍ଟି ବିଚଳିତ ହୋଇ ସାଧାରଣ ଲୋକଙ୍କୁ ଟାର୍ଗେଟକୁ ଟାର୍ଗେଟ କରୁଛନ୍ତି ।

ପୁଲୱାମାରେ କାର୍ଯ୍ୟ କରୁଥିବା ୨ ଅଣ-ସ୍ଥାନୀୟ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ସେ କହିଛନ୍ତି । ଶୋପିଆନରେ ଏକ ଦୁର୍ଗମ ଗାଁରେ କାଶ୍ମୀରୀ ପଣ୍ଡିତଙ୍କ ଉପରେ ଆକ୍ରମଣ ହୋଇଥିଲା । ଉଭୟ ଘଟଣା ଉପରେ ଆମର ନଜର ରହିଛି ଏବଂ ଖୁବଶୀଘ୍ର କାଶ୍ମୀରକୁ ଜିରୋ ଟେରୋରିଷ୍ଟ ଜୋନ କରାଯିବ ବୋଲି କହିଛନ୍ତି କାଶ୍ମୀର ଆଇଜିପି ବିଜୟ କୁମାର ।