ଦମୟନ୍ତୀ ମାଝୀ ହେଲେ ସିଏମସିର ଡେପୁଟି ମେୟର

କଟକ : କଟକ ମହାନଗର ନିଗମ (ସିଏମସି)ର ସର୍ବ କନିଷ୍ଠା ଡେପୁଟି ମେୟର ହୋଇଛନ୍ତି ଦମୟନ୍ତୀ ମାଝୀ । ସେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ବାଣିଜ୍ୟ ବିଭାଗ ପିଜି ଶେଷ ବର୍ଷ ଛାତ୍ରୀ । ସେ ୪୯ ନମ୍ବର ୱାର୍ଡରୁ ବିଜେଡି ଟିକେଟ ପାଇ କର୍ପୋରେଟର ଭାବରେ ବିଜୟୀ ହୋଇଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା ରଖି ସିଏମସି ଡେପୁଟି ମେୟର ପଦବୀ ଭଳି ଆସନରେ ତାଙ୍କୁ ଅବସ୍ଥାପିତ କରିଛନ୍ତି । ସୂଚନାଯୋଗ୍ୟ ଯେ, ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି ଦମୟନ୍ତୀ । ବର୍ତ୍ତମାନ ଦମୟନ୍ତୀ ହେଉଛନ୍ତି କଟକର ସର୍ବକନିଷ୍ଠ କର୍ପୋରେଟର । ସେହିପରି ସିଏମସିର ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁବାସ ସିଂହ ।