ବୋଲ୍ଡନେସ୍‌ ପାଇଁ ଟ୍ରୋଲ ହେଲେ ପରିଣୀତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ନିଜ ଇନଷ୍ଟାରେ ଏକ ଫଟୋସୁଟ୍‌ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ବୋଲ୍ଡ ଅବତାରରେ ଦେଖିବାକୁ ମିଳିଛି । ଏହି ଫଟୋର ପୋଷ୍ଟରେ ତାଙ୍କ ଷ୍ଟାଇଲକୁ ପ୍ରଶଂସା କରୁଛନ୍ତି ଅନେକ କଳାକାର ଓ ପ୍ରଶଂସକ । ହେଲେ କିଛି ୟୁଜର୍ସ ତାଙ୍କର ଏହି ବୋଲ୍ଡନେସ ପାଇଁ ଟ୍ରୋଲର ଶିକାର ହୋଇଛନ୍ତି ଅଭିନେତ୍ରୀ ପରିଣୀତି । ତାଙ୍କର ଫଟୋ ଦେଖି ୟୁଜର୍ସ ଟ୍ରୋଲ କରିବା ସହ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

ପରିଣୀତି ନିଜର ଫିଲ୍ମ ଫେୟାର ମ୍ୟାଗାଜିନ୍‌ର ଡିସେମ୍ୱର ୨୦୨୧ ପାଇଁ କରାଇଛନ୍ତି । ଏହି ଫଟୋରେ ସେ ବ୍ଲାକ୍‌ ଆଉଟଫିଟରେ ନଜର ଆସୁଛନ୍ତି । କିନ୍ତୁ କିଛି ଲୋକଙ୍କୁ ତାଙ୍କର ଏହି ବୋଲ୍ଡନେସକୁ ପସନ୍ଦ କରୁନାହାନ୍ତି । ଅନେକ ୟୁଜର୍ସ ଅଜବ କମେଣ୍ଟ ମଧ୍ୟ ଦେଉଛନ୍ତି । ଅଭିନେତ୍ରୀଙ୍କର ଏହି ଫଟୋ ପୋଷ୍ଟରେ ପ୍ରଶଂସକଙ୍କ ସହ ଷ୍ଟାରମାନେ ବି କମେଣ୍ଟ କରି ତାଙ୍କର ଷ୍ଟାଇଲ ଓ କନଫିଡେଣ୍ଟକୁ ପ୍ରଶଂସା କରୁଛନ୍ତି । ହେଲେ ସେ ନିଜର ଏହି ଫଟୋସୁଟ କାରଣରୁ ଟ୍ରୋଲର ଶିକାର ହେବାକୁ ପଡିଛି । ଜଣେ ୟୁଜର୍ସ ପୋଷ୍ଟରେ କମେଣ୍ଟ କରି ଲେଖିଛନ୍ତି ସିଧା ଯାଇ ବିଷ ଦିଅ, ଅନ୍ୟ ଜଣେ କହିଛନ୍ତ ବଟନ୍‌ ବନ୍ଦ କର, ଦେବୀ । ଏହା ସହ ଆଉ ଜଣେ ଲେଖିଛନ୍ତି ଏହିପରି ପୋଷାକ ପିନ୍ଧିବାର କଣ ଜରୁରୀ ଟ୍ରୋଲ କରିବା ବ୍ୟତୀତ ପରିଣୀତିଙ୍କ ପ୍ରଶଂସକମାନେ ତାଙ୍କ ଫଟୋରେ କମେଣ୍ଟ ମଧ୍ୟ ଦେଇଛନ୍ତି ।