ମୁଜାଫରପୁରରେ ଭୟଙ୍କର ବିସ୍ଫୋରଣରେ ୧୦ ମୃତ

ମୁଜାଫରପୁର : ବିହାରର ମୁଜାଫରପୁରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । କୁରକୁରେ ଓ ନୁଡୁଲ୍ସ କାରଖାନାରେ ବଏଲର ଫାଟିବାରୁ ଏହି ବିସ୍ଫୋରଣ ଘଟି ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ପାଇଁ ଭର୍ତ୍ତି କରାଯାଇଛି । ଏସପି-ଡିଏମ ସମେତ ବହୁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ କରୁଛନ୍ତି । ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛ । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ୫ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା ।

ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲେ ଯେ, ପାଖରେ ଥିବା ଚୁଡା ଏବଂ ମଇଦା କାରଖାନା ମଧ୍ୟ ନଷ୍ଟ ହୋଇଯାଇଛି । ଏନେଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ôଚ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଦୁର୍ଘଟଣା ସମୟରେ କାରଖାନା ଭିତରେ କେତେ ଲୋକ କାମ କରୁଥିଲେ ତାହା ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖ ଘରର ଝରକା ଓ କବାଟ ଥରିଉଠିଥିଲା ।