ମିଆଁମାରରେ ମହିଳା ଓ ପିଲାଙ୍କ ସମେତ ୩୦ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ହତ୍ୟା କରି ଶବ ପୋଡି ଦିଆଯାଇଛି: ରିପୋର୍ଟ

ବର୍ମା : ମିଆଁମାରରେ ମହିଳା ଓ ପିଲାଙ୍କ ସମେତ ୩୦ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ହତ୍ୟା କରି ଶବ ପୋଡି ଦିଆଯାଇଛି । ସମସ୍ତଙ୍କ ମୃତଦେହକୁ ପୋଡିଲେ ସ୍ଥାନୀୟ ଲୋକେ । ଏପରି ଘଟଣା ସାମ୍ନାକୁ ଆସିଛି ମିଆଁମାରର ଟୋର୍ନ୍‌ କାୟା ରାଜ୍ୟରେ । ଏନେଇ ଏକ ଗଣମାଧ୍ୟମ ଓ ମାନବାଧିକାର ସଙ୍ଗଠନର ସଦସ୍ୟ ସୂଚନା ଦେଇଛନ୍ତି ।

ରିପୋର୍ଟ ଅନୁସାରେ କାୟା ରାଜ୍ୟର ମୋ ସୋ ଗ୍ରାମରେ ଅନେକ ବ୍ୟକ୍ତିଙ୍କ ମୃତଦେହ ପୋଡାଯାଇଥିଲା । ଏମାନଙ୍କୁ ସେଠାକାର ସେନା ହତ୍ୟା କରିଥିବା ଅନୁମାନ କରାଯାଉଛି । ଏହି ନୀରିହଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଥିବା ବି କହିଛି ସେନା । ରିପୋର୍ଟରେ କୁହାଯାଇଛି ଯେ, ସେନା ବାହିନୀର କିଛି ଯବାନ ତଲାସୀ କରୁଥିଲେ । ଏହି ସମୟରେ ୭ଟି ଗାଡିରେ ମହିଳା, ଶିଶୁ ଓ ବୃଦ୍ଧା ମାନେ କେଉଁ ଆଡେ ଯାଉଥିଲେ । ସେମାନଙ୍କୁ ଅଟକିବା ପାଇଁ କୁହାଯାଇଥିଲା । ହେଲେ ସେମାନେ ରହିନଥିଲେ । ଫଳରେ ଯବାନମାନେ ଗୁଳି ଚାଳନା କରିଥିଲେ । ଏହି ଘଟଣାକୁ କରେନି ନ୍ୟାଶନାଲ ଡିଫେନ୍ସ ଫୋର୍ସ ନିନ୍ଦା କରିଛି । ମୃତକମାନେ ତାହାର ସଦସ୍ୟ ନଥିଲେ ବୋଲି ସେ କହିଛି ।