ରୋହିତ ଶର୍ମାଙ୍କୁ ନେଇ ଆସିଲା ବଡ ଅପଡେଟ

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ଷ୍ଟାର ଓପନର ତଥା ଦିନିକିଆ ଅଧିନାୟକ ରୋହିତ ଶର୍ମା ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ ପଡିଥିଲେ । ବର୍ତ୍ତମାନ ରୋହିତ ଶର୍ମା ଏବେ ଦିନିକିଆ ସିରିଜ୍‌ ପାଇଁ ଫିଟ୍‌ ହୋଇଛନ୍ତି । ଏହା ସହ ସେ ଫିଟନେସ ଟେଷ୍ଟରେ ପାସ କରିଛନ୍ତି । ଏବେ ଭାରତୀୟ କ୍ରିକେଟ ପ୍ରଶଂସକ ବିଶେଷ କରି ରୋହିତ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ରହିଛି ।

ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକା ଟେଷ୍ଟ ପୂର୍ବରୁ ଆହତ ହୋଇଥିଲେ ରୋହିତ ଶର୍ମା । ଯାହା ଫଳରେ ସେ ଟେଷ୍ଟ ସିରିଜରୁ ବାଦ ପଡିଥିଲେ । ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ରୋହିତ ଫିଟ୍‌ ହୋଇପାରିବେ କି ନାହିଁ ସେ ନେଇ ଆଶଙ୍କା କରାଯାଉଥିଲା । କିନ୍ତୁ ରୋହିତ ଏବେ ସମ୍ପୂର୍ଣ୍ଣ ଫିଟ ଥିବା ଜଣାପଡିଛି ।