ଭାଇଜାନଙ୍କୁ ଚୋଟ ମାରିଲା ସାପ

ମୁମ୍ବାଇ : ବଲିଉଡ ସୁପରଷ୍ଟାର ଅଭିନେତା ସଲମାନ ଖାନଙ୍କୁ ତାଙ୍କ ପାନଭେଲର ଫାର୍ମହାଉସରେ ସାପ କାମୁଡ଼ିଛି । ସୂଚନାଯୋଗ୍ୟ ଯେ, ଖ୍ରୀଷ୍ଟମାସ ପାଳନ କରିବା ପାଇଁ ସଲମାନ ପରିବାର ଏବଂ ସାଙ୍ଗମାନଙ୍କ ସହିତ ତାଙ୍କ ଫାର୍ମ ହାଉସରେ ପହଞ୍ଚିଥିଲେ । ସେହି ସମୟରେ ଏହି ଘଟଣା ଘଟିଥିଲା ।

ଗଣମାଧ୍ୟମ ସୂଚନା ଅନୁଯାୟୀ ସଲମାନଙ୍କୁ ତାଙ୍କ ପାନଭେଲ ଫାର୍ମ ହାଉସରେ ବିଳମ୍ବିତ ରାତିରେ ସାପ କାମୁଡ଼ି ଦେଇଛି । ତାଙ୍କୁ ତୁରନ୍ତ ମୁମ୍ବାଇର ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ ଡିସଚାର୍ଜ କରାଯିବା ସହ ରେଷ୍ଟ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । କୁହାଯାଉଛି ଯେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ଏବଂ ସେ ବିପଦମୁକ୍ତ । ଏହି ଖବର ପରେ ସଲମାନଙ୍କ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି ।