ଖୁବଶୀଘ୍ର ବିବାହ କରିବେ ଅଭିନେତା ଅଲୀ-ରିଚା!

ନୂଆଦିଲ୍ଲୀ : ବଲିଉଡର ଜଣାଶୁଣା ଅଭିନେତା ଅଲୀ ଫଜଲ୍‌ ଓ ଅଭିନେତ୍ରୀ ରିଚା ଚଢା ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ । ଉଭୟ ବହୁ ପରସ୍ପରକୁ ଡେଟ୍‌ କରୁଛନ୍ତି । ଏନେଇ ଅଭିନେତ୍ରୀଙ୍କ ଜନ୍ମଦିନରେ ଅଲି ରିଚାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ।

ପରେ ଉଭୟ ଛୁଟି କାଟିବା ପାଇଁ ମାଲଦ୍ୱୀପରେ ଯାଇଥିଲେ । ବର୍ତ୍ତମାନ ଖବର ମିଳିଛି ଯେ, ଉଭୟ ଆସନ୍ତା ମାର୍ଚ୍ଚରେ ବିବାହ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ଏହି ବିବାହରେ କେବଳ ପରିବାର ସଦସ୍ୟ ଓ କିଛି ନିକଟତର ବନ୍ଧୁଙ୍କ ଉପସ୍ଥିତିରେ ଏହି ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।