ନେଟଫ୍ଲିକ୍ସରେ ରିଲିଜ ହେବ ‘ଥର୍‌’

ମୁମ୍ବାଇ: ବଲିଉଡ ଅଭିନେତା ଅନୀଲ କପୁର ଓ ହର୍ଷବର୍ଦ୍ଧନ କପୁର ଏବଂ ଅଭିନେତ୍ରୀ ଫତିମା ସାନା ଶେଖ ଅଭିନୀତ ଚଳଚ୍ଚ଼ିତ୍ର ‘ଥର୍‌’ ଖୁବଶୀଘ୍ର ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି । ଏନେଇ ନେଟଫ୍ଲିକ୍ସ ଏ ବାବଦରେ ଘୋଷଣା କରିଛି । ଏହି ଚଳଚ୍ଚ଼ିତ୍ର ‘ଥର୍‌’ ୮୦ ଦଶକର ବର୍ଣ୍ଣିତ କାହାଣୀକୁ ନେଇ ନିର୍ମିତ । ସେହିପରି ଚଳଚ୍ଚ଼ିତ୍ର ‘ଥର୍‌’ ନିର୍ମାଣରେ ନେଟଫ୍ଲିକ୍ସ ସହିତ ସହଯୋଗ କରିଛି ଏକେଏଫସି । ଅନ୍ୟପକ୍ଷରେ ଏ କାହାଣୀର ଗତିଶୀଳତା କେବଳ ବୁଦ୍ଧିଜୀବୀଙ୍କୁ ପ୍ରଭାବିତ କରିବ ବୋଲି ଅଭିନେତା ଅନିଲ କପୁର ସୂଚନା ଦେଇଛନ୍ତି ।