ଆଜିଠୁ ଭାରତ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ୍ By Shaksi News On Feb 24, 2022 0 ଲକ୍ଷ୍ନୌ : ଆଜିଠୁ ଭାରତ ଶ୍ରୀଲଙ୍କା ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବ। ଲକ୍ଷ୍ନୌ ସ୍ଥିତ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଖେଳାଯିବ ଏହି ମ୍ୟାଚ। ଏହି ସିରିଜରେ ଭାରତର ଅନେକ ସିନିଅର ଖେଳାଳି ବିଶ୍ରାମ ନେଇଥିବା ବେଳେ ୨ ଜଣ ଖେଳାଳୀ ସୂର୍ଯ୍ୟକୁମାର ଯାଦବ ଓ ଅଲରାଉଣ୍ଡର ଦୀପକ ଚହର ମଧ୍ୟ ଆହତ ଲାଗି ବାଦ ପଡିଛନ୍ତି। ବିରାଟ କୋହଲି, ଋଷଭ ପନ୍ତ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି। ଚଳିତ ବର୍ଷ ଅଷ୍ଟ୍ରଲିଆରେ ହେବାକୁ ଥିବା ଟି୨୦ ବିଶ୍ବକପ ପ୍ରସ୍ତୁତି ଲାଗି ଆଜିର ମ୍ୟାଚରେ ସ୍ଥାନ ପାଇଥିବା ଖେଳାଳୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିପାରେ। ଏହା ପୂର୍ବ ମ୍ୟାଚରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ହରାଇଥିବାରୁ ମନୋବଳ ଦୃଢ ରହିଛି। ଆଜିର ମ୍ୟାଚ ଶ୍ରୀଲଙ୍କା ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି। ଆହୁରି ପଢ଼ନ୍ତୁ... ତୁରୁମୁଙ୍ଗା ଗିରିଜା ଶଙ୍କର… Jun 19, 2026 ଓଡିଆ ଦୈନିକ ସମ୍ବାଦପତ୍ର ପ୍ରତିକାର… Jun 18, 2026 ଗଞ୍ଜାମ ଜିଲ୍ଲା ମଶା ଦାଉରେ… Jun 17, 2026 ଗଞ୍ଜାମ ଜିଲ୍ଲା ଦୁର୍ନୀତି… Jun 17, 2026 ଭାରତ ଏକାଦଶ ଦଳ: ରୋହିତ ଶର୍ମା( ଅଧିନାୟକ), ଋତୁରାଜ ଗାଏକଓ୍ବାଡେ, ଇଶାନ କିଷନ, ଶ୍ରେୟାସ ଆୟର, ରବିନ୍ଦ୍ର ଜାଡେଜା, ହର୍ଷଲ ପଟେଲ, ଯଶପ୍ରିତ ବୁମରା, ଭୁବନେଶ୍ବର କୁମାର, ମହମ୍ମଦ ସିରାଜ, ରବି ବିଷ୍ଣୋଇ, ୟୁଜବେନ୍ଦ୍ର ଚହଲ। ଶ୍ରୀଲଙ୍କା ଏକାଦଶ ଦଳ: ଦାସୁନ ସାନକା ( ଅଧିନାୟକ) ପାଥୁମ ନିଶାଙ୍କ, କୁଶଲ ମେଣ୍ଡିସ, ଚାରିଥଆଶାଲଙ୍କା, ଦିନେଶ ଚାଣ୍ଡିମଲ, ଧନୁଷ୍କା ଗୁଣତିଲକା, କାମିଲ ମିଶାରା, ଜାନିଥ ଲିୟାନାଗେ, ଚାମିକା କରୁଣାରତ୍ନେ, ଦୁଷ୍ମନ୍ତ ଚାମୀରା, ଲାହିରୁ କୁମାରା, ବିନୁରା ଉର୍ଣ୍ଣାଣ୍ଡେ, ଶିରାନ ଫର୍ଣ୍ଣାଣ୍ଡୋ, ମାହୀଶ ଥିକଶାନା, ଜେଫ୍ରୀ ଭାଣ୍ଡରସେ, ପ୍ରବୀଣ ଜୟବିକ୍ରମ, ଆଶିଆନ ଡାନିଏଲ। Continue Reading Cricketindia vs srilankasportst20 match 0 Share