କାମକୁ ଫେରିଲେ ରିୟା, ପୋଷ୍ଟ କରି ଦେଲେ ସୂଚନା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ଡ୍ରଗ୍ସ କେସ୍‌ରେ ରିୟାଙ୍କ ନାଁ ସାମ୍ନାକୁ ଆସିବା ପରେ ସେ ଲାଇମ୍‌ଲାଇଟ୍‌ଠାରୁ ଦୂରେଇ ଯାଇଥିଲେ। ଇତି ମଧ୍ୟରେ ଖବର ଆସିଛି ଯେ ପୁଣିଥରେ କାମକୁ ଫେରିଛନ୍ତି ରିୟା। ଏକ ଭିଡିଓ ସେୟାର କରି ରିୟା ନିଜେ କହିଛନ୍ତି ଯେ ୨ ବର୍ଷ ପରେ ସେ କାମକୁ ଫେରିଛନ୍ତି। ସାମ୍ନାକୁ ଆସିଥିବା ଭିଡିଓରେ ରିୟା ଭଏସ୍‌ ରେକର୍ଡିଂ କରୁଥିବାର ଦେଖିବାକୁ ମିଳିଛି।

ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ରିୟା କ୍ୟାପ୍‌ସନ୍‌ରେ ଲେଖିଛନ୍ତି- କାଲି ୨ ବର୍ଷ ପରେ ମୁଁ କାମକୁ ଯାଇଥିଲି। ମୋ ଖରାପ ସମୟରେ ମୋ ସହ ଠିଆ ହୋଇଥିବା ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। କିଛି କଥା ନାହିଁ ସୂର୍ଯ୍ୟ ସବୁବେଳେ ଚମକୁଥିବ। କେବେ ବି ହାର୍‌ ମାନ ନାହିଁ। ଏହି ଭିଡିଓରେ ରିୟା ଏକ ରେଡିଓ ଚ୍ୟାନେଲର ଷ୍ଟୁଡିଓରେ ସ୍କ୍ରିପ୍ଟ ପଢ଼ୁଥିବାର ଓ ଏହାକୁ ରେକର୍ଡ କରୁଥିବାର ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଶେଷ ଥର ପାଇଁ ରୁମୀ ଜାଫରୀଙ୍କ ଫିଲ୍ମ ଚେହରେରେ ଦେଖିବାକୁ ମିଳିଥିଲା। ୨୦୨୧ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମକୁ ୨୦୧୯-୨୦ରେ ସୁଟିଂ କରାଯାଇଥିଲା।