ଭାଇ ପାଇଁ ମୁଁ ଜୀବନ ଦେଇଦେବ : ପ୍ରିୟଙ୍କା ଗାନ୍ଧି

ଚଣ୍ଡିଗଡ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଏକ ବଡ ବୟାନ ଦେଇଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଟ୍ୱିଟ୍‌ କରି କହିଥିଲେ ଭାଇ-ଭଉଣୀ ମଧ୍ୟରେ ବ୍ୟକ୍ତିଗତ ଝଗଡା କାରଣରୁ କଂଗ୍ରେସ ଡୁବି ଯିବ । ଯୋଗୀଙ୍କ ଏଭଳି ପ୍ରତିକ୍ରିୟାକୁ ନେଇ କଡା ଜବାବ ଦେଇଛନ୍ତି ପ୍ରିୟଙ୍କା ଗାନ୍ଧି । ପ୍ରିୟଙ୍କା କହିଛନ୍ତି ଯେ, ମୋ ଭାଇ ପାଇଁ ଜୀବନ ବି ଦେବାକୁ ପ୍ରସ୍ତୁତ । ତେବେ ବିବାଦ କେଉଁଠି ରହିଲା ବରଂ ଯୋଗୀ ଆଦିତ୍ୟ ନାଥଙ୍କ ମନରେ ବିବାଦ ଚାଲିଛି ।

ମୋଦି, ଅମିତ ଶାହା ଏବଂ ତାଙ୍କ ମଧ୍ୟରେ ଳାଗିରହିଥିବା ବିବାଦ ବିଷୟରେ ଯୋଗୀ ଆଦିତ୍ୟନାଥ କହୁଥିବେ । ସେହିପରି କ୍ୟାପଟେନ୍‌ ଅମରିନ୍ଦରଙ୍କୁ ଟାର୍ଗେଟ କରି ପ୍ରିୟଙ୍କା କହିଛନ୍ତି ଯେ, ସେ ଥିଲାବେଳେ ପଞ୍ଜାବରେ ସରକାର ଚାଲିବା ବନ୍ଦ ହୋଇଯାଇଥିଲା । ସେତେବେଳେ ସରକାର ଦିଲ୍ଲୀରୁ ଚାଲୁଥିଲା । ବଡ କଥା ହେଉଛି କ୍ୟାପଟେନ ମୁଖ୍ୟମନ୍ତ୍ରୀ ଥିବା ବେଳେ ପଞ୍ଜାବ ସରକାର କଂଗ୍ରେସ ଦ୍ୱାରା ନୁହେଁ ବରଂ ଦିଲ୍ଲୀରୁ ବିଜେପି ଦ୍ୱାରା ପରିଚାଳିତ ହେଉଥିଲା ।