ଧୂଷୁରୀ କାଳୀପୂଜାକୁ ପୂରିଲା ୮୬ ବର୍ଷ

କୋଠାର(ସାକ୍‌ସୀ ନ୍ୟୁଜ୍‌): ଧାମନଗର ବ୍ଲକ ଧୂଷୁରୀ ବଜାର କାଳୀପୂଜା ୮୬ ବର୍ଷରେ ପହଞ୍ଚିଛି । ଇଂରେଜ ସରକାରଙ୍କ ସମୟରେ ସମାଜରେ ବଳି ପ୍ରଥାକୁ ବିରୋଧ କରି ଧୂଷୁରୀ ଅଞ୍ଚଳର ସ୍ବାଧୀନତା ସଂଗ୍ରାମୀମାନେ ଆରମ୍ଭ କରିଥିଲେ ଧୂଷୁରୀ ବଜାରରେ ମା’ ଦକ୍ଷିଣ କାଳୀଙ୍କ ପୂଜା। ଏବେ ଗିରୀଶ କୁମାର ନାୟକ, ଜୟନ୍ତ କୁମାର ନାୟକ, ରାଜକିଶୋର ନାୟକଙ୍କ ତତ୍ତ୍ବାବଧାନରେ ପୂଜା କାର୍ଯ୍ୟ ସମ୍ପାଦିତ ହେଉଛି। ଏଠାରେ ମୁଖ୍ୟତଃ ମା’ଙ୍କୁ ଘିଅ ଏବଂ ଅରୁଆ ଚାଉଳ ସମର୍ପିତ କରାଯାଏ। ଦଶହରା ଦିନରୁ ମା’ଙ୍କ ମୂର୍ତ୍ତି ତିଆରି ପାଇଁ ମାଟି ଉଠାଯାଏ। ମୂର୍ତ୍ତି କାରିଗର କାଳନ୍ଦୀ ମହାପାତ୍ର, ଜଗବନ୍ଧୁ ମହାପାତ୍ର, ଶିବ ପ୍ରସାଦ ମହାପାତ୍ର ଦୀର୍ଘ ବର୍ଷ ଧରି ଏଠାରେ ମା’ଙ୍କ ମୂର୍ତ୍ତି ତିଆରି କରୁଛନ୍ତି। ପ୍ରାୟ ୧୫ ଦିନ ପୂର୍ବରୁ ଧୂଷୁରୀ ବଜାରରେ ମେଳା ଚାଲେ। ପଣ୍ଡିତ ବ୍ରଜ ପତି ଓ ରଞ୍ଜନ କର ପ୍ରମୁଖ ପୂଜାର୍ଚ୍ଚନା କରନ୍ତି ।