ରାଷ୍ଟ୍ରପତିଙ୍କ ଗସ୍ତ: ଆଜି ବସିବ ଛତିଶାନିଯୋଗ ବୈଠକ

ପୁରୀ : ଆଜି ବସିବ ଛତିଶାନିଯୋଗ ବୈଠକ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବସିବାକୁ ଯାଉଛି ଛତିଶା ନିଯୋଗ ବୈଠକ। ଅପରାହ୍ନ ସାଢ଼େ ୩ଟାରେ ନିଳାଦ୍ରୀ ଭକ୍ତ ନିବାସରେ ହେବ ଆଲୋଚନା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ।

ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ଭକ୍ତ ଦର୍ଶନ କରିପାରିବେ କି ନାହିଁ, ସେନେଇ ଆଲୋଚନା ହେବ । ଶୃଙ୍ଖଳିତ ନିତିକାନ୍ତି ନେଇ ସେବାୟତ ନିଯୋଗକୁ ପରାମର୍ଶ ଦିଆଯିବ । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଶ୍ରୀମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା ସହିତ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଭାବରେ ଶୃଙ୍ଖଳିତ ଭାବରେ ହୋଇପାରିବ ତାହା ଉପରେ ଆଜି ବୈଠକରେ ଆଲୋଚନା ହେବ ବୋଲି ସୂଚନା ରହିଛି ।