ଜୁନ ୧୦ରେ ମୁକ୍ତିଲାଭ କରିବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ୱୀରାଜ’

ମୁମ୍ବାଇ: ଜୁନ ୧୦ରେ ମୁକ୍ତିଲାଭ କରିବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ୱୀରାଜ’ । ଏହି ଫିଲ୍ମଟି ପୃଥ୍ୱୀରାଜ ଚୌହାନଙ୍କ ଜୀବନୀ ଉପରେ ଆଧାରିତ । ଏହି ପ୍ରତୀକ୍ଷିତ ଫିଲ୍ମରେ ଅକ୍ଷୟ କୁମାର, ମାନୁଷୀ ଚିଲ୍ଲର, ସଞ୍ଜୟ ଦତ୍ତ ଏବଂ ସୋନୁ ସୁଦ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।

ଗତବର୍ଷ ୨୦୨୦ରେ ‘ପୃଥ୍ୱୀରାଜ’ର ରିଲିଜ୍‌ ତାରିଖ ଘୋଷଣା କରାଯାଇଥିଲା । କିନ୍ତୁ କରୋନା ମହାମାରୀ ଯୋଗୁ ଏହାର ରିଲିଜ ହୋଇପାରିନଥିଲା । ବର୍ତ୍ତମାନ ଏହାର ରିଲିଜ ତାରିଖ ଘୋଷଣା କରାଯାଇଛି ।