ସନ୍ନି ଦେଓଲ ଜଣେ ଜଣାଶୁଣା, ଭାରତୀୟ ଅଭିନେତା, ଚଳଚ୍ଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ, ରାଜନେତା ଏବଂ ଲୋକସଭାର ପୂର୍ବତନ ସାଂସଦ । ଦେଓଲ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ ରୋମାଣ୍ଟିକ ଡ୍ରାମା “ବେତାବ” ରୁ । ସେଠାରୁ ତାଙ୍କ କ୍ୟାରିଅର ବିପୁଳ ସଫଳତା ପାଇଥିଲା ।
ଦେଓଲଙ୍କ ଅନେକ ଚଳଚ୍ଚିତ୍ରରେ ଅନନ୍ୟ ଉପାଦାନ ରହିଛି ଯାହା ତାଙ୍କ କାର୍ଯ୍ୟଶୈଳୀର ବୈଶିଷ୍ଟ୍ୟ ପାଲଟିଛି । ସେ ତାଙ୍କ କ୍ୟାରିଅର ମଧ୍ୟରେ ଅନେକ ନୂଆ ନିର୍ଦ୍ଦେଶକଙ୍କ ସହ କାମ ମଧ୍ୟ କରିଛନ୍ତି । ଦେଓଲ ତାଙ୍କର ସବୁଠାରୁ ବଡ଼ ବାଣିଜ୍ୟିକ ସଫଳତା ପିରିୟଡ ଆକ୍ସନ ଫିଲ୍ମ “ବର୍ଡର” (୧୯୯୭) ଏବଂ “ଗଦର: ଏକ ପ୍ରେମ କଥା” (୨୦୦୧) ରେ ପାଇଥିଲେ । ପରବର୍ତ୍ତୀ ଫିଲ୍ମଟି ସେହି ସମୟ ପର୍ଯ୍ୟନ୍ତ ସର୍ବାଧିକ ଆୟକାରୀ ହିନ୍ଦୀ ଫିଲ୍ମ ଥିଲା ।
ବର୍ତମାନ ସେ ହିନ୍ଦୀ ସିନେମା ଜଗତରେ ଫିକା ପଡିଯାଇଛନ୍ତି । ସେ ରାଜନୀତି ପାଇଁ ଉପଯୁକ୍ତ ନୁହଁନ୍ତି ଏବଂ ଗୁଣାତ୍ମକ ସିନେମା ସୃଷ୍ଟି ଉପରେ ଧ୍ୟାନ ଦେବାକୁ ଚାହାଁନ୍ତି ବୋଲି କହିଛନ୍ତି । ତାଙ୍କ ଫିଲ୍ମ ‘ଜାଟ’ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ସନ୍ନି ଦେଓଲ ପ୍ରଥମେ ମଜା କରି କହିଥିଲେ “ୟେ ଢାଇ କିଲୋ କେ ହାଥ କି ତାକତ ପୁରା ନର୍ଥ ଦେଖ ଚୁକା ହେ ଅବ ସାଉଥ ଦେଖେଗା” । ଏହା ମଧ୍ୟ କହିଛନ୍ତି ଯେ ବଲିଉଡ ପ୍ରଯୋଜକମାନେ ପ୍ରଥମେ ଦକ୍ଷିଣ ପ୍ରଯୋଜକଙ୍କଠାରୁ ଶିଖନ୍ତୁ ।
ସେ ଏକ ଗମ୍ଭୀର କଥାରେ ଆହୁରି କହିଛନ୍ତି “ମୁଁ ଇଚ୍ଛା କରୁଛି ଯେ ବଲିଉଡ୍ ପ୍ରଯୋଜକମାନେ ଦକ୍ଷିଣ ପ୍ରଯୋଜନାରୁ କିଛି ଶିଖନ୍ତୁ .. ସେ ଦକ୍ଷିଣ ସ୍କ୍ରିପ୍ଟକୁ ହିରୋ କହି ଖୁବ ପ୍ରଶଂସା କରିଥିଲେ ।