କୁଆଖାଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ନଦୀକୁ ଆତ୍ମହତ୍ୟା ଉଦ୍ୟମ ବେଳେ ଯୁବତୀଙ୍କୁୁ ଉଦ୍ଧାର କଲେ ସ୍ଥାନୀୟ ଲୋକ । ଭୁବନେଶ୍ୱର ହଂସପାଳ ନିକଟରେ କୁଆଖାଇ ନଦୀକୁ ଡେଇଁବା ଉଦ୍ୟମ କରୁଥିଲେ ଯୁବତୀ । ତେବେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିଛନ୍ତି । ଯୁବତୀ ଜଣକ ବାରମ୍ବାର ପାଟି କରି କହୁଥିଲେ ମୋତେ ଛାଡ଼ିଦିଅ ମୁଁ ମରିବାକୁ ଚାହେଁ । ପୋଲିସ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ଯୁବତୀ ଜଣକ ସହିଦନଗର ଅଞ୍ଚଳର ବୋଲି ଜଣାପଡିଛି । ତେବେ ମାନସିକ ଅବସାଦ ଯୋଗୁଁ ସେ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ୍ କହିଛି ।