୨୪ଘଣ୍ଟାରେ ୮୬,୦୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୪୧ଜଣ ମୃତ୍ୟୁବରଣ କରିଛନ୍ତି। ଏହା ସହ ଭାରତରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୫୮,୧୮,୫୭୦ରେ ପହଞ୍ଚିଛି ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଏହା ମଧ୍ୟରୁ ୯୭୦୧୧୬ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୯୨୨୯୦ ରହିଛି । ଏହା ମଧ୍ୟରେ ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୪୭,୫୬୧,୬୪ରେ ପହଞ୍ଚିଛି । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୃତ୍ୟୁ ହାର ୧.୫୯% ରହିଥିବା ବେଳେ ଆରୋଗ୍ୟ ହାର ୮୧.୭୪% ରହିଛି। ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ଭାରତ ଏବେ ବିଶ୍ୱର ଆଗରେ ରହିଛି। ତା’ ପଛକୁ ରହିଛି ଆମେରିକା।
ଗତକାଲି ୨୪ଘଣ୍ଟାରେ ୮୬,୫୦୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୫୭,୩୨,୫୧୮ରେ ପହଞ୍ଚିଥିଲା। ଏହା ମଧ୍ୟରୁ ୯୬୬୩୮୨ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୯୧୧୪୯ ରହିଥିଲା । ଏହା ସହ ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୪୬,୭୪୯,୮୭ରେ ପହଞ୍ଚିଥିଲା । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୃତ୍ୟୁ ହାର ୧.୫୯% ରହିଥିବା ବେଳେ ଆରୋଗ୍ୟ ହାର ୮୧.୫୫% ରହିଥିଲା।