ବିରାଟ ବାହିନୀର ବଡ଼ ପରାଜୟ

ଦୁବାଇ: ଆଜି ଆଇପିଏଲ-୨୦୨୦ର ଷଷ୍ଠ ମ୍ୟାଚରେ ପରସ୍ପର ମୁହାଁମୁହିଁ ହୋଇଥିଲେ କିଙ୍ଗ୍ସ ଏକାଦଶ ପଞ୍ଜାବ(କେଏକ୍ସଆଇପି) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)। ଏଥିରେ ବିରାଟ କୋହଲିଙ୍କ ଦଳକୁ ୯୭ ରନରେ ପରାସ୍ତ କରିଛି ରାହୁଲଙ୍କ ସେନା।

ମାତ୍ର ୧୦୯ ରନ କରି ଅଲଆଉଟ ହୋଇଛି ଆରସିବି। ଦଳର କେହି ଜଣେ ବି ବ୍ୟାଟ୍ସମ୍ୟାନ ୫୦ ରନ ସ୍କୋର କରିପାରିନାହାନ୍ତି। ଅଧିନାୟକ କୋହଲି ୫ଟି ବଲ ଖେଳି ମାତ୍ର ୧ ରନ କରି ଆଉଟ ହୋଇଛନ୍ତି। କେବଳ ୱାଶିଂଟନ ସୁନ୍ଦର ୩୦ ଏବଂ ଡିଭିଲିୟର୍ସ ୨୮ ରନ କରିବାକୁ ସକ୍ଷମ ହୋଇଥିଲେ। ପଞ୍ଜାବ ପକ୍ଷରୁ ରବି ବିସ୍ନୋଇ ଓ ମୁଗୁଗାନ ଅଶ୍ୱିନ ୩ଟି ଲେଖାଁଏ ୱିକେଟ ନେଇଛନ୍ତି।

ପଞ୍ଜାବ ଅଧିନାୟକ କେଏଲ ରାହୁଲ ଆଜି ଚଳିତ ଆଇପିଏଲର ପ୍ରଥମ ଶତକୀୟ ପାଳି ଖେଳିଛନ୍ତି। ମାତ୍ର ୬୯ ବଲରେ ସେ ୧୩୨* ରନର ବିସ୍ଫୋରକ ପାଳି ଖେଳିଛନ୍ତି। ଯେଉଁଥିରେ ରହିଛି ୭ ଛକା ଏବଂ ୧୪ ଚୌକା। ଆଶ୍ଚର୍ଯ୍ୟର କଥା ହେଉଛି ନିଜ ଜବରଦସ୍ତ ଫିଲ୍ଡିଂ ପାଇଁ ଜଣା ବିରାଟ କୋହଲି ଆଜି ରାହୁଲଙ୍କର ଦୁଇ ଦୁଇଟି ସହଜ କ୍ୟାଚ ଛାଡ଼ିଛି। ଯାହା ପ୍ରଶଂସକଙ୍କୁ ନିରାଶ କରିଛି।